Pratidin TV

Odisha's Digital News Platform

ମାସ ଆରମ୍ଭରୁ ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

1 min read

ପୁଣି ଚିନ୍ତା ବଢ଼ାଇଲା ଗ୍ୟାସ ସିଲିଣ୍ଡର ଦର | ବର୍ଷକୁ ବର୍ଷକୁ ବଢୁଛି ଦର | ଲୋକଙ୍କ ଘାଇଲା କରିଛି ଗ୍ୟାସ ସିଲିଣ୍ଡର ଦର | ତୈଳ ମାର୍କେଟିଂ କମ୍ପାନୀ (OMC) ଶୁକ୍ରବାର ଦିନ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଘୋଷଣା କରିଛି | ସଂଶୋଧିତ ହାର ଅନୁଯାୟୀ ଆଜି ମୂଲ୍ୟ ୨୫.୫0 ଟଙ୍କା ବୃଦ୍ଧି ପାଇଛି |

ଗ୍ୟାସ ଦର ବୃଦ୍ଧି ପରେ ୧୯ କେଜି ଗ୍ୟାସ ସିଲିଣ୍ଡର ଦର ଚେନ୍ନାଇରେ ସବୁଠାରୁ ଅଧିକ ରହିଛି। ଚେନ୍ନାଇରେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ଦର ୧୯୬୦ ଟଙ୍କା ରହିଛି।ଏହାପରେ ଦେଖିବକୁ ଗଲେ କୋଲକାତାରେ ଦ୍ଵିତୀୟ ସର୍ବାଧିକ ଦର ରହିଛି । କୋଲକାତାରେ ୧୯ କେଜି ଏଲପିଜି ସିଲିଣ୍ଡର ଦର ୧୯୧୧ ଟଙ୍କା ରହିଛି। ସେହିପରି ଦିଲ୍ଲୀରେ ଏହି ଦର ରହିଛି ୧୭୯୫ ଟଙ୍କା। ମୁମ୍ବାଇରେ ୧୯ କେଜି ଏଲପିଜି ଦର ୧୭୪୯ ଟଙ୍କା ରହିଛି।

Advertisement

ତେବେ ସଧାରା ଖାଉଟିମାନଙ୍କ ପାଇଁ ବ୍ୟବହୃତ ସବଡିଜିଯୁକ୍ତ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି। ତେବେ କିନ୍ତୁ ଘରୋଇ ସିଲିଣ୍ଡର ଦରରେ କୌଣସି ବୃଦ୍ଧି ଘଟିନାହିଁ | ଏହାସହ ବିଭିନ୍ନ ରାଜ୍ୟ ଗୁଡିକର କର ବୃଦ୍ଧି ହୋଇଥିବାରୁ ଏହି ଦର ବୃଦ୍ଧି କରିଥିବା କହିଛନ୍ତି ବିଭିନ୍ନ ତୈଳ କମ୍ପାନୀ।

Leave a Reply

Your email address will not be published. Required fields are marked *