Pratidin TV

Odisha's Digital News Platform

ମୁକେଶ ଅମ୍ବାନୀଙ୍କୁ ଧମକପୂର୍ଣ୍ଣ ଇମେଲ ପଠାଉଥିବା ଯୁବକ ଗିରଫ…

ଧରା ପଡିଲା ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଧମକପୂର୍ଣ୍ଣ ଇମେଲ ପଠାଉଥିବା ଯୁବକ । ୪ନଭେମ୍ବର ଶନିବାର ତେଲେଙ୍ଗାନାର ଜଣେ ୧୯ ବର୍ଷର ବାଳକକୁ ଗିରଫ କରିଛି ମୁମ୍ବାଇ ପୋଲିସ । ଅଭିଯୁକ୍ତ ଜଣକ ଗଣେଶ ରମେଶ ଭାନାପାରଧି ବୋଲି ଜଣାପଡିଛି । ଅଭିଯୁକ୍ତ ଜଣଙ୍କ ଶାଦବ ଖାନ ନାମରେ ଗତ ଅକ୍ଟୋବର ୨୭ ତାରିଖରରୁ ମୁକେଶ ଅମ୍ବାନୀଙ୍କୁ ମେଲରେ ମୃତ୍ୟୁ ଧମକ ଦେଇ କୋଟି କୋଟି ଟଙ୍କା ଦାବି କାରିଥିଲା । ପ୍ରଥମେ ୨୦ କୋଟି ପରେ ୨୦୦ ଏବଂ ତାପରେ ୪୦୦ କୋଟି ଟଙ୍କା ଦାବି କରିଥିଲା । ଗତ ସପ୍ତାହରେ ଅମ୍ବାନୀଙ୍କୁ ପାଞ୍ଚଟି ଇମେଲ ମିଳିଥିଲା । ଯେଉଁଥିରେ ତାଙ୍କଠାରୁ ମୋଟ ୪୦୦ କୋଟି ଟଙ୍କା ଦାବି କରାଯାଇଥିଲା । ପ୍ରଥମ ଇମେଲରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଅଭିଯୁକ୍ତ ପରେ ୨୦୦ କୋଟି ଟଙ୍କା ଦାବି କରିଥିଲା । ଆଉ ଦ୍ୱିତୀୟ ଇମେଲରେ ଲେଖାଥିଲା ଯେ ଯଦି ଆମର ଦାବି ପୂରଣ ନହୁଏ, ତେବେ ଅମ୍ବାନୀଙ୍କ ନାମରେ ମୃତ୍ୟୁ ୱାରେଣ୍ଟ ଜାରି କରାଯିବ । ପରେ ସୋମବାର ଦିନ ଅମ୍ବାନୀଙ୍କ ଅଫିସିଆଲ୍ ଇମେଲ ଆଇଡିରେ ୪୦୦ କୋଟି ଟଙ୍କା ମାଗି ତୃତୀୟ ଇମେଲ ପଠାଇଥିଲା । ଏହା ପରେ ସେ ମଙ୍ଗଳବାର ଏବଂ ବୁଧବାର ଦିନ ଆଉ ଦୁଇଟି ଇମେଲ ଅମ୍ବାନୀଙ୍କୁ ପଠାଇଥିଲା । କିନ୍ତୁ ଅଭିଯୁକ୍ତ ଚତୁରତାରକୁ ଜାଣିପାରିଥିଲା ପୋଲିସ । ପୋଲିସ କହିଛି ଯେ ସେମାନେ ଇମେଲର ଆଇପି ଠିକଣା ଯାଞ୍ଚ କରି ଅଭିଯୁକ୍ତଙ୍କୁ ତେଲେଙ୍ଗାନାରେ ଥିବା ଜଣାପଡିଛି । ଏହି ଅପରାଧରେ ଆଉ କାହର ସମ୍ପୃକ୍ତି ରହିଛି କି ନାହିଁ ତାହା ଜାଣିବା ପାଇଁ ଖୋଳତାଡ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *