Pratidin TV

Odisha's Digital News Platform

୪ ବର୍ଷରେ ଦେଢ଼ ବର୍ଷ ଛୁଟି, ଆମେରିକା ରାଷ୍ଟ୍ରପତିଙ୍କ ଛୁଟି ରେକର୍ଡ |

1 min read

୪ ବର୍ଷରୁ କମ ଅବଧି କାର୍ଯ୍ୟକାଳ ମଧ୍ୟରେ ଦେଢ଼ ବର୍ଷର ଛୁଟି ନେଇଛନ୍ତି ରାଷ୍ଟ୍ରପତି | ତେବେ ଏପରି ଲମ୍ବା ଛୁଟି ନେଇ ଚର୍ଚ୍ଚାରେ ଆସିଛନ୍ତି ଜୋ ବାଇଡେନ | ୮୧ ବର୍ଷୀୟ ଜୋ ବାଇଡେନ ରାଷ୍ଟ୍ରପତି ପଦ ଭାର ସମ୍ଭାଳିବା ପରେ ଏପର୍ଯ୍ୟନ୍ତ ୧୩୨୪ ଦିନ ହୋଇଛି | ସେଥିମଧ୍ୟରୁ ୪0 ପ୍ରତିଶତ ଦିନ ସେ ଛୁଟିରେ ରହିଛନ୍ତି | ମାତ୍ର ୭୯୪ ଦିନ କାମ କରିଛନ୍ତି | ଏହାକୁ ହିସାବ କଲେ ସେ ବର୍ଷକୁ ୧୩୩ ଦିନ ଛୁଟି ନେଇଛନ୍ତି ବୋଲି କୁହାଯାଉଛି | ତେବେ ରାଷ୍ଟ୍ରପତି ଜୋ ବାଇଡେନ ପ୍ରତି ୧0 ଦିନରେ ୪ ଦିନ ଛୁଟି ନିଅନ୍ତି |

ଆମେରିକାରେ ଜଣେ ବ୍ୟକ୍ତିଙ୍କୁ ମିଳୁଥିବା ଛୁଟିରୁ ଏହା ଢେର ଅଧିକ | ୟୁଏସଏରେ ଜଣେ ଜଣେ କର୍ମଚାରୀଙ୍କୁ ପ୍ରତିବର୍ଷ ହାରାହାରି ୧୧ ଟି ଛୁଟି ମିଳିଥାଏ | ଏହାକୁ ହିସାବ କଲେ ବାଇଡେନ ୪ ବର୍ଷରେ ଯେତିକି ଛୁଟି ନେଇଛନ୍ତି ସେତିକି ଛୁଟି ନେବାକୁ ଜଣେ ସାଧାରଣ ଆମେରିକୀୟ ବ୍ୟକ୍ତିଙ୍କୁ ୪୮ ବର୍ଷ ଲାଗିବ | ବାଇଡେନ ଆମେରିକା ଇତିହାସରେ ସର୍ବାଧିକ ଛୁଟି ନେଇଥିବା ରାଷ୍ଟ୍ରପତି | ତାଙ୍କ ପୂର୍ବରୁ ଡୋନାଲଡ ଟ୍ରମ୍ପ ନିଜର କାର୍ଯ୍ୟକାଳରେ ୨୪ ପ୍ରତିଶତ ଅର୍ଥାତ ୧୪୬୧ ରୁ ୩୮୧ ଦିନ ଛୁଟିରେ ରହିଥିଲେ | ସେହିଭଳି ବାରକ ଓବାମା ନିଜର କାର୍ଯ୍ୟକାଳ ମଧ୍ୟରେ ୧୧ ପ୍ରତିଶତ ଦିନ ଛୁଟିରେ ରହିଥିଲେ | ଆମେରିକା ରଷ୍ଟ୍ରପତି ଭାବେ ଜିମି କାଠସ ସବୁଠୁ କମ ତଥା ମାତ୍ର ୭୯ ଦିନ ଛୁଟି ନେଇ ଦେଶ ଚଳାଇବାରେ ଅଧିକ ସହଯୋଗ କରିଥିଲେ | ତେବେ ଅତ୍ୟଧିକ ଛୁଟି ନେଇ ବିଭିନ୍ନ ମହଲରୁ ସମାଲୋଚିତ ହୋଇଛନ୍ତି ବାଇଡେନ | ଦେଶର ଏକ ବେଳାଭୂମି ଉପରେ ଏକ ଚ୍ୟାର ଉପରେ ଆରାମ କରୁଥିବା ଏକ ଫଟୋ ଖୁବ ଭାଇରାଲ ହେଉଛି | ଆମେରିକା ଏବଂ ସାରା ବିଶ୍ୱରେ ହଟଚମଟ ଜାରି ରହିଥିବା ବେଳେ ତାଙ୍କର ଏପରି ଆରାମ କରିବା ରାଷ୍ଟ୍ରପତି ଭାବେ ତାଙ୍କର କାର୍ଯ୍ୟକାଳକୁ ପରିଭାଷିତ କରିବ | ତେବେ ବୈଡେନଙ୍କ ସହଯୋଗୀ ମାନେ ଏହାର ଜବାବ ରଖି କହିଛନ୍ତି, ଛୁଟିରେ ରହିଥିଲେ ମଧ୍ୟ ଜୋ ନିଜ କାମ ସହ ଜଡିତ ରହିଥାନ୍ତି | ସେ ଲଗାତାର ଜରୁରୀ କଲ ଉଠାଇଥାନ୍ତି |

Advertisement

Leave a Reply

Your email address will not be published. Required fields are marked *