Pratidin TV

Odisha's Digital News Platform

ଘାଟି ରାସ୍ତାରେ ଟ୍ରକକୁ ପିଟିଲା ପୋଲିସ ଭ୍ୟାନ,୧୦ରୁ ଉର୍ଦ୍ଧ ପୋଲିସ ଗୁରୁତର…

ଆଜି ବାଙ୍ଗିରିପୋଷିର ଦ୍ୱାରଶୁଣି ଘାଟିରେ ଘଟିଯାଇଛି ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ଘାଟି ରାସ୍ତାରେ ବ୍ରେକ ଫେଲ ହୋଇ ପୋଲିସ ଭ୍ୟାନ ଓ କଣ୍ଟେନର ମୁହାଁମୁହିଁ ଧକ୍କା । ଫଳରେ ୧୦ ଜଣରୁ ଉର୍ଦ୍ଧ୍ୱ ପୁଲିସ କର୍ମଚାରୀ ହେଲେ ଆହତ । ସୋମବାର ପୁଲିସ କର୍ମଚାରୀ ମାନେ କରଞ୍ଜିଆରୁ ବାରିପଦା ଅଭିମୁଖେ ଆସୁଥିଲେ । ସେହି ସମୟରେ ପୁଲିସ ରିଜର୍ଭର ଭ୍ୟାନଟି ବ୍ରେକ୍ ଫେଲ୍ ହେବାରୁ ଯାଇ ଟ୍ରକ୍ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାରେ ପୋଲିସ ଭ୍ୟାନ ଚାଳକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ସୂଚନା ରହିଛି । ସେହିପରି ଅନ୍ୟ ପୋଲିସ କର୍ମଚାରୀ ମାନେ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଇଯାଇଛି । ଘଟଣାସ୍ଥଳରେ ବାଙ୍ଗିରିପୋଷି ଥାନା ପୁଲିସ ପହଞ୍ଚି ଘଟଣା ନେଇ ତଦନ୍ତ କରୁଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *