Pratidin TV

Odisha's Digital News Platform

ରେଳ ପ୍ଲାଟଫର୍ମରେ ଖୋଲିଲା ପ୍ରଥମ ଟ୍ରାନ୍ସ ଚା’ : ଟ୍ୱିଟ୍ କରି ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ..

ଆସାମ୍ : ରେଳ ପ୍ଲାଟଫର୍ମରେ ଭାରତର ପ୍ରଥମ ଟ୍ରାନ୍ସ ଚା’ ଷ୍ଟଲ । ଫଟୋ ଶେୟାର କରି ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ । ଆସାମର ଗୁଆହାଟି ରେଳ ଷ୍ଟେଶନ ପ୍ଲାଟଫର୍ମରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ଏକ ଚା’ ଷ୍ଟଲ ଖୋଲିଛନ୍ତି । ତେବେ ପ୍ଲାଟଫର୍ମରେ ଏହା ଦେଶର ପ୍ରଥମ ଟ୍ରାନ୍ସ ଚା’ ଷ୍ଟଲ ବୋଲି କୁହାଯାଉଛି ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଟୁଇଟ କରି ଏ ବିଷୟରେ ସୂଚନା ଦେଇଛନ୍ତି । ସେ ଟୁଇଟ କରି କହିଛନ୍ତି ଯେ, ଗୁଆହାଟି ରେଳ ଷ୍ଟେଶନ ପ୍ଲାଟଫର୍ମରେ ଭାରତର ପ୍ରଥମ ଟ୍ରାନ୍ସ ଚା ଷ୍ଟଲ ଖୋଲିଛି । ଏହି ଟି ଷ୍ଟଲ ଅଲ ଆସାମ ଟ୍ରାନ୍ସଜେଣ୍ଡର ଆସୋସିଏଶନ ପକ୍ଷରୁ ଆରମ୍ଭ କରାଯାଇଛି । ଏହି ଚା ଷ୍ଟଲ ପାଇଁ ଆସାମର କିନ୍ନରମାନେ ରେଳ ମନ୍ତ୍ରାଳୟକୁ ଧନ୍ୟବାଦ ଦେଇଛନ୍ତି । ଆସାମ ଟ୍ରାନ୍ସଜେଣ୍ଡର ଆସୋସିଏସନ୍ ମଧ୍ୟ ଟ୍ରାନ୍ସ ଚା ଷ୍ଟଲ୍ ସ୍ଥାପନ ପାଇଁ ସହଯୋଗ କରିଥିଲେ । ଉତ୍ତର ପୂର୍ବ ସୀମା ରେଳବାଇ ଅନ୍ୟ ରେଳ ଷ୍ଟେସନରେ ମଧ୍ୟ ଏହିପରି ଅଧିକ ଚା ଷ୍ଟଲ୍ ଖୋଲିବାକୁ ଯୋଜନା କରିଛି ।

ଆସାମ ଟ୍ରାନ୍ସଜେଣ୍ଡର ୱେଲଫେୟାର ବୋର୍ଡର ଉପସଭାପତି ସ୍ୱାତି ବିଦାନ୍ ବରୁଆ କହିଛନ୍ତି ଯେ ଭବିଷ୍ୟତରେ ଏହିପରି ସରକାରୀ ଯୋଜନା ଅଧୀନରେ ଅଧିକରୁ ଅଧିକ କିନ୍ନରମାନଙ୍କୁ ସ୍ୱାବଲମ୍ବୀ କରାଯିବାକୁ ପ୍ରୟାସ କରାଯିବ । ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ୨୫ ଡିସେମ୍ବର ୨୦୧୫ରେ ଏହି ଆସୋସିଏଶନ ଗଠନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *