Pratidin TV

Odisha's Digital News Platform

ବ୍ରହ୍ମପୁର ପୋଲିସକୁ ମିଳିଲା ବଡ଼ ସଫଳତା, ୨.୭ କିଲୋ ସୁନା ସହିତ ୨୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ ।

1 min read


ବ୍ରହ୍ମପୁର : ଆଜି ବ୍ରହ୍ମପୁର ନିମଖଣ୍ଡି ପୋଲିସକୁ ମିଳିଛି ବଡ଼ ସଫଳତା । ଦୀର୍ଘଦିନ ଧରି ସହରରେ ଚୋରୀ, ଡକାୟତି ବୃଦ୍ଧି ପାଇବାକୁ ନେଇ ସହର ବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ସକ୍ରିୟ ହୋଇ ଉଠିଥିଲା । ତେବେ ଆଜି ବ୍ରହ୍ମପୁରଏସ.ପି ଙ୍କ ତତ୍ତ୍ୱାବଧାନରେ ନିମଖଣ୍ଡି ଥାନା ଅଧିକାରୀ, SDPO ଓ ପୁରା ପୋଲିସର ଟିମ୍ ଚଢାଉ କରିଥିଲା । ତେବେ ଡ଼କାୟତିରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୨.୭ କିଲୋ ସୁନା ଅଳଙ୍କାର, ୪୦୦ ଗ୍ରାମ ରୂପା,ଓ ନଗଦ ଛବିଶି ଲକ୍ଷ ଅଠ ତିରିଶି ହଜାରରୁ ଉର୍ଦ୍ଧ୍ୱ ଟଙ୍କା ମଧ୍ୟ ଜବତ କରିଛି । ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ପୁରୁଣା ବ୍ରହ୍ମପୁର ନୀଳାଚଳ ସାହିର ମାଷ୍ଟର ମାଇଣ୍ଡ ସାନିଆ ଗଉଡ, ମ୍ୟୁଟୁଥ ଫାଇନାନ୍ସର ମ୍ୟାନେଜର ମୋହନ ପାଢ଼ୀ, ସୁନା ଦୋକାନୀ ସନ୍ତୋଷ ପାଢ଼ୀ ଓ ସୁରେନ୍ଦ୍ର ମହାପାତ୍ର । ଏମାନଙ୍କୁ ପୋଲିସ ଗିରଫ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ଅପରାଧୀ ଫେରାର ରହିଛନ୍ତି । ଫେରାର ଥିବା ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ପ୍ରମୋଦ ଏବଂ ରାଉଡୁ । ତେବେ ଏହି ଦୁଇଜଣ ହିଁ ସହରରେ ବହୁ ଅପରାଧ ଓ ଚୋରୀ ଡକାୟତରେ ଲିପ୍ତ ରହି ସହରରେ ଚାଞ୍ଚଲ୍ୟ ସୃଷ୍ଟି କରୁଥିଲେ । ଯାହାକୁ ନେଇ ପୋଲିସ ସନ୍ଦେହ କରିବା ସହିତ ତଦନ୍ତ ପରେ ଆହୁରି ଅନେକ ତଥ୍ୟ ମିଳିବ ବୋଲି ବ୍ରହ୍ମପୁର SDPO ଶ୍ରବଣ ବିବେକ ଏମ ପ୍ରକାଶ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *