Pratidin TV

Odisha's Digital News Platform

ସଲମାନଙ୍କ ଘରକୁ ପଶୁଥିଲେ ଦୁଇ ସନ୍ଦିଗ୍ଧ , ଗିରଫ କଲା ପୋଲିସ…

ବଲିଉଡର ସୁପର ଷ୍ଟାର ସଲମାନ । ପ୍ରଶଂସକ ପାଇଁ ସେ ପାଲଟିଛନ୍ତି ଭାଇଜାନ । ତାଙ୍କ ଆକ୍ସନ ଆଉ ରିଆକ୍ସନ ଦେଖିବା ପାଇଁ ସମସ୍ତେ ପାଗଳ । ତେବେ ଆଜି ତାଙ୍କ ସୁରକ୍ଷା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ସଲମାନଙ୍କ ଘର ଭିତରକୁ ଜୋର ଜବରଦସ୍ତ ଧସେଇ ପସିଛନ୍ତି ଦୁଇ ସନ୍ଦିଗ୍ଧ । ଯେବେଠାରୁ ଲରେନ୍ସ ବିଷୋଇ ଗ୍ୟାଙ୍ଗ ସଲମାନଖାନଙ୍କୁ ହତ୍ୟା ଧମକ ଦେଇଛି , ସେବେଠୁ ତାଙ୍କ ସୁରକ୍ଷା ବଢାଇ ଦେଇଛି । ଅନେକ ଥର ହତ୍ୟା ଧମକ ପାଇଥିବା ସଲମାନଙ୍କୁ ନେଇ ପୁଣି ଏପରି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ନେଇ ତାଙ୍କ ପରିବାରଠାରୁ ଆରମ୍ଭ କରି ପ୍ରଶଂସକ ଓ ସୁରକ୍ଷା କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବଢିଯାଇଛି । ସୂଚନାନୁଯାୟୀ ଅଭିନେତାଙ୍କ ମୁମ୍ବାଇର ପନଭେଲ୍‌ସ୍ଥିତ ଫାର୍ମ ହାଉସରେ ୨ ଜଣ ସନ୍ଦିଗ୍ଧ ଜୋରଜବରଦସ୍ତ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସମୟରେ ସୁରକ୍ଷାକର୍ମୀ ଧରିଥିଲେ । ଧରାପଡିବା ପରେ ସୁରକ୍ଷାକର୍ମୀଙ୍କୁ ଭୁଲ୍ ପରିଚୟ ଦେଇଥିଲେ । ପରେ ସନ୍ଦେହ ହେବାରୁ ଏମାନଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ତେବେ ପ୍ରାଥମିକ ତଦନ୍ତରୁ ଦୁଇ ସନ୍ଦିଗ୍ଧ ପଞ୍ଜାବର ଫାଜିଲ୍‌କା ଜିଲାର ଅଜେଶ୍ କୁମାର ଗିଲାଏବଂ ଗୁରୁସେବକ ସିଂହ ତେଜାସିଙ୍ଗ ଶିଖ୍ ବୋଲି ଜଣାପଡ଼ିଛି । ଏମାନେ ନିଜକୁ ସଲମାନଙ୍କ ଫ୍ୟାନ ବୋଲି କହିଛନ୍ତି । ତେବେ ବର୍ତ୍ତମାନ ପନଭେଲ ପୋଲିସ୍ ଘଟଣାର ତଦନ୍ତ କରୁଛି । ତେବେ ଏହି ଦୁଇ ସନ୍ଦିଗ୍ଧଙ୍କର କୌଣସି ଗ୍ୟାଙ୍ଗ ସହିତ ସମ୍ପର୍କ ରହିଛି କି ତାହା ପୋଲିସ ଛାନଭିନ୍ ଆରମ୍ଭ କରିିଛି ।

Leave a Reply

Your email address will not be published. Required fields are marked *