Pratidin TV

Odisha's Digital News Platform

ସମୁଦ୍ର ମଝିରେ ନିଖୋଜ ହେଲା ୨ ବୋଟ୍ , ମିଳୁନି ୧୩ ମତ୍ସ୍ୟଜୀବୀଙ୍କ ପତ୍ତା

1 min read

ପାରାଦ୍ୱୀପ୍ : ଗଭୀର ସମୁଦ୍ରରେ ମଝିରେ ନିଖୋଜ୍ ହେଲା ୨ ବୋଟ୍ । ମିଳୂନି ୧୩ ମତ୍ସ୍ୟଜୀବୀଙ୍କ ପତ୍ତା ।
ସୂଚନାଯୋଗ୍ୟ ଯେ ୫ ଦିନ ତଳେ କିନାରା ଓ ଦେବୀ ଲକ୍ଷ୍ମୀ ବୋଟ୍ ନାମକ ୨ଟି ମାଛଧରା ବୋଟ୍ ପାରାଦୀପରୁ ଉତ୍ତରକୁ ପ୍ରାୟ ୧୬୩ କିଲୋମିଟର ଦୂର ଗଭୀର ସମୁଦ୍ରରେ ନିଖୋଜ୍ ହୋଇଯାଇଛି ।ଗୋଟିଏ ବୋଟ୍‌ରେ ୭ ଜଣ ମତ୍ସ୍ୟଜୀବି ଥିବା ବେଳେ ଅନ୍ୟଟିରେ ୬ ଜଣ ଥିବା ସୂଚନା ମିଳିଛି ।

ତେବେ ବୋଟ୍‌ଟି ସମୁଦ୍ରର ଅଧିକ ଗଭୀର ଜଳରାଶୀକୁ ଚାଲିଯିବାରୁ ତା ସହ ଯୋଗାଯୋଗ ବନ୍ଦ ହୋଇଯାଇଥିଲା । ଏନେଇ ବୋଟ୍‌ର ମାଲିକ ଚିନ୍ତିତ ହୋଇପଡିଥିଲେ । ଏନେଇ କୁଜଙ୍ଗ ସାମୁଦ୍ରିକ ମତ୍ସ୍ୟ ଅଧିକାରୀଙ୍କ ସହାୟତା ଲୋଡ଼ିଥିଲେ।
ଅନ୍ୟପଟେ ବୋଟ୍ ୨ଟିକୁ ଉଦ୍ଧାର କରିବା ଲାଗି ସାମୁଦ୍ରିକ ମତ୍ସ୍ୟ ଅଧିକାରୀ କୋଷ୍ଟଗାର୍ଡ ଏବଂ ମେରାଇନ ପୋଲିସକୁ ସାହାର୍ଯ୍ୟ ନେଇଛନ୍ତି ।

Advertisement

ବୋଟ୍ ସହିତ କୌଣସି ପ୍ରକାରର ଯୋଗା ଯୋଗ ନହୋଇପାରୁଥିବାରୁ ବର୍ତ୍ତମାନ ବୋଟ୍ ୨ଟି ଏବଂ ୧୩ ଜଣ ମତ୍ସ୍ୟଜୀବୀ କେଉଁଭଳି ଅବସ୍ଥାରେ ଅଛନ୍ତି ତାହା ସ୍ଫଷ୍ଟ ହୋଇପାରୁନି ।

Leave a Reply

Your email address will not be published. Required fields are marked *