Pratidin TV

Odisha's Digital News Platform

ନିଜେ ଆଖି ବୁଜିଲେ କିନ୍ତୁ ଦେଲେ ଦୁଇ ନୂଆ ଜୀବନ….

1 min read

ଦୁନିଆରୁ ଯାଉ ଯାଉ ଅନ୍ୟକୁ ଜୀବନ ଦେଇ ଚାଲିଗଲେ | ଏପରି ଏକ ହୃଦୟସ୍ପର୍ଶ ଘଟଣା ସାମ୍ନାକୁ ଆସିଛି | ଘଟଣା ହେଉଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ନୟାକୋର୍ଟ ଗ୍ରାମର | ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ପରେ ଅଙ୍ଗଦାନ ପାଇଁ ବାପା, ମା ଓ ପରିବାର ଲୋକ ନେଇଥିଲେ ନିଷ୍ପତ୍ତି |

ସୂଚନା ମୁତାବକ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ନୟାକୋର୍ଟ ଗ୍ରାମର ଯୁକ୍ତ ଦୁଇ ଛାତ୍ର ଶ୍ରୀ ଓମ ଶିବୁ | ଦୀର୍ଘ ଦେଢ଼ ମାସ ଧରି ବ୍ରେନଟ୍ୟୁମର ରେ ପୀଡିତ ହୋଇ କଟକ ଏସିବିରେ ଚିକିତ୍ସା ହେଉଥିଲେ । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବ୍ରେନ ଡେଡ଼ ହୋଇ ଯାଇଥିଲା । ଏହାପରେ ଶ୍ରୀ ଓମ ଶିବୁ ଙ୍କର ବାପା, ମା ଓ ପରିବାର ଲୋକ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଆଜି ମୂତ୍ରରୋଗ ଶଲ୍ୟ ଚିକିତ୍ସା ଓ ବୃକକ ପ୍ରତ୍ୟାରୋପଣ ବିଭାଗରେ ତାଙ୍କର ଦୁଇଟି କିଡନୀ କୁ ସଫଳତାର ସହ ବାହାର କରାଯାଇ ଅନ୍ୟ ଦୁଇ ବ୍ୟକ୍ତିଙ୍କ ଠାରେ ଲଗାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଗୋଟିଏ ଏସସିବି ମେଡିକାଲ ରେ ଆଉ ଗୋଟିଏ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲକୁ ଯିବ କିଡନୀ । ଏହା ସହ ଏସସିବି ପକ୍ଷରୁ ଓମ ଶିବୁ ସମ୍ମାନର ସହ ବିଦାୟ ଦିଆଯାଇଥିଲା । ଏବଂ ଏସସିବି ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡାରେ ଓମ ଶିବୁଙ୍କୁ ଗାର୍ଡ ଅଫ ଅନର ଦିଆଯିବା ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *