Pratidin TV

Odisha's Digital News Platform

(ଭିଡିଓ)ଦୁଇ ଭାଇଙ୍କ ନିଆରା ପ୍ରୟାସ : ଜଣେ ଆଇନଜୀବି ଆଉ ଜଣେ ଡାକ୍ତର, କିନ୍ତୁ ଖେତରେ ଫଳାଇଲେ ଥାଇଲାଣ୍ଡ ଫଳ

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ୍ ଝଗ୍ରାହୀ ଗାଁରେ ରୁହନ୍ତି ଦୁଇ ଭାଇ ଦିଲୀପ ଭୋଇ ଓ ଅଜିତ୍ ଭୋଇ ।  ଦିଲିପ ପେସାରେ ଜଣେ ଆଇନଜୀବି ଓ ଅଜିତ୍ ପେସାରେ ଜଣେ ଆୟୁଷ ଡାକ୍ତର । ବାପା ନରେନ୍ଦ୍ର ଭୋଇ ଜଣେ ସଫଳ ପରିବା ଚାଷୀ ରୂପେ ପରିଚୟ,ସେ ରାଜ୍ୟ ସ୍ତରରେ ସଫଳ ପରିବା ଚାଷୀ ରୂପେ ପୁରସ୍କାର ମଧ୍ୟ ପାଇଛନ୍ତି।

୨୦୨୦ ମସିହା କୋଭିଡ୍ ସମୟରେ ବାପ ପୁଅ ବସି ୟୁଟ୍ୟୁବ୍ ରେ ଥାଇଲାଣ୍ଡ ରେ ଚାଷ ହେଉଥିବା ପିଜୁଳି ଓ ବୋରକୋଳି ଚାଷ ବିଷୟରେ ଦେଖିଥିଲେ । ରାୟପୁର ରୁ ୫୦ ଗୋଟି ଥାଇଲାଣ୍ଡ ପିଜୁଳି ଗଛ ଓ ୧୦ ଗୋଟି ଥାଇଲାଣ୍ଡ ବୋରକୋଲି ଗଛ ଆଣି ନିଜ ଚାଷ ଜମିରେ ଲଗେଇ ଥିଲେ। ଗଛ ଲଗେଇବାର ୧ ବର୍ଷ ପରେ ଫଳ ଫଳିବା ଆରମ୍ଭ ହେଲା। ଆଉ ଏବେ ଦୀନକୁ ୨୦ ରୁ ୨୫ କିଲୋ ପିଜୁଳି ଓ ୧୦ ରୁ ୧୨ କିଲୋ ବୋରକୋଲି ଅମଳ ହଉଛି।

ପ୍ରଥମ ଥର ପାଇଁ ଅଂଚଳରେ ବିଦେଶୀ ଫଳ ମିଳୁଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି। ଲୋକେ ପ୍ରତ୍ୟେକ୍ ଦିନ ବଗିଚା କୁ ଆସି ପିଜୁଳି କିଲୋ ପିଛା ୬୦ ଟଙ୍କା ଓ ବୋରକୋଲି କିଲୋ ପିଛା ୮୦ ଟଙ୍କା ଦେଇ ବେସ୍ ଉତ୍ସାହର ସହିତ କିଣି ନଉଛନ୍ତି ।ଆଉ ଚାଷୀ ବି ବିକ୍ରି କରି ଭଳ ଦୁଇ ପଇସା ପାଉଥିବା କହିଛନ୍ତି।ଏହି ବିଦେଶି ଫଳ ଦେଖିବାକୁ ଯେମିତି ସୁନ୍ଦର୍ ଖାଇବାକୁ ବି ସେମିତି ସୁଆଦିଆ ।ଦୁଇ ଭାଇ ନିଜ ନିଜ ପେଶାରେ ବ୍ୟସ୍ତ ଥିବା ସତ୍ବେ ଥାଇଲାଣ୍ଡ ପିଜୁଳି ଓ ବୋରକୋଲି କୁ ଚାଷ କରି ସଫଳ ହୋଇଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *