Pratidin TV

Odisha's Digital News Platform

ଲେବଲ୍ କ୍ରସିଙ୍ଗ ଟ୍ରାକ୍ ରେ ଫସିଗଲା ୨ ଟି କାର୍ , ଧକ୍କା ଦେଲା ଟ୍ରେନ୍

1 min read

ଲେବଲ କ୍ରସିଂ ଟ୍ରାକରେ ଫସିଗଲା ୨ଟି କାର | ଫଳରେ ଧକ୍କା ଦେଲା ଦ୍ରୁତଗତିରେ ଆସୁଥିବା ଏକ୍ସପ୍ରେସ ଟ୍ରେନ | ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀଲେ ଗାଡ଼ିରେ ବସିଥିବା ଲୋକେ | ତେବେ ପଶ୍ଚିମବଙ୍ଗର ଗର୍ଦାହାର ରେଲୱେ ଷ୍ଟେସନରେ ଏପରି ଘଟଣା ସାମ୍ନାକୁ ଆସିଛି | ୨ଟି ଗାଡିକୁ ଧକ୍କା ଦେଇଛି ଏକକ୍ସପ୍ରେସ ଟ୍ରେନ | ତେବେ ଘଟଣାରେ କାହା ମୃତ୍ୟୁ ହୋଇନଥିବା ଖବର ମିଳିଛି | ତେବେ ଘଟଣାର ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି |

ସୂଚନା ଅନୁଯାୟୀ, ଏହି ଘଟଣା ଗର୍ଦାହାର ରେଲୱେ ଷ୍ଟେସନରେ ଘଟିଛି | ତେବେ ଗେଟ ମ୍ୟାନ ଦ୍ୱାରା ହଠାତ ଗେଟ ପକାଇବା ଯୋଗୁଁ ଟ୍ରାକରେ ଅଟକି ଯାଇଥିଲା | ଫଳରେ ୨ଟି ଯାକ କାରକୁ ଏକ ଏକ୍ସପ୍ରେସ ଟ୍ରେନ ଧକ୍କା ଦେଇଥିଲା | କାରଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି | ଏଥିରେ କୌଣସି ମୃତାହତର ଖବର ମିଳିନାହିଁ | ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରଯାଇଛି | ତେବେ କୁହାଯାଉଛି ଯେ, ଗେଟ ମ୍ୟାନ ଗେଟ ପକାଉଥିବା ସମୟରେ କାର ଡ୍ରାଇଭର ନିୟମ ନ ମାନିଲେବଲ କ୍ରସିଂ କରୁଥିଲେ ଫଳରେ ଏପରି ଦୁର୍ଘଟଣା ଘଟିଛି |

Advertisement

Leave a Reply

Your email address will not be published. Required fields are marked *