ଝାଡ଼ଖଣ୍ଡର ୨୩ବର୍ଷ ଶାସନରେ ଚମ୍ପାଇ ସୋରେନ ୧୨ତମ ମୁଖ୍ୟମନ୍ତ୍ରୀ….
1 min readଇଡିର ୭ ଘଣ୍ଟା ଜେରା ପରେ ହେମନ୍ତ ହୋଇଥିଲେ ଗିରଫ। ପରେ ଇସ୍ତଫା ଦେଇଥିଲେ। ଜମି ଦୁର୍ନୀତି ମାମଲାରେ ଝାଳବୁହା ଜେରା ପରେ ଶେଷରେ ଇଡି ସୋରେନଙ୍କୁ ଗିରଫ କରିଥଲା। ହେମନ୍ତ ସୋରେନଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ସ୍ଥାନ ନେଲେ ଚମ୍ପାଇ ସୋରେନ। ଝାଡ଼ଖଣ୍ଡ ରାଜ୍ୟ ଗଠନ ଠାରୁ ଆରମ୍ଭ କରି ଆଜି ଯାଏଁ ମୋଟ ୧୧ଜଣ ମୁଖ୍ୟମନ୍ତ୍ରୀ ବଦଳି ସାରିଲେଣି।ଚମ୍ପାଇ ସୋରେନ ୧୨ତମ ମୁଖ୍ୟମନ୍ତ୍ରୀ ହେବେ।
ଝାଡ଼ଖଣ୍ଡ ବିହାରରୁ ଅଲଗା ୨୦୦୦ମସିହା ନଭେମ୍ୱର ୧୫ରେ ହୋଇଥିଲା। ସେହି ସମୟରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବାବୁଲାଲ ମାରାଣ୍ଡି। ପରେ ସେ ୨ ବର୍ଷ ୩ ମାସ ଯାଏଁ ଶାସନ କରିଥିଲେ। ତାଙ୍କ ପରେ ହେମନ୍ତ ସୋରେନଙ୍କ ବାପା ଶିବୁ ସୋରେନ ୧୦ଦିନ ପାଇଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ପରେ ଜେଏମଏମ ଅଧ୍ୟକ୍ଷ ଶିବୁ ସୋରେନ ୩ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ବିଜେପିର ରଘୁବର ଦାସ ସର୍ବାଧିକ ୫ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ସେହିପରି ବିଜେପିର ଅର୍ଜୁନ ମୁଣ୍ଡା ୩ଥର ମୁଖ୍ୟମନ୍ତ୍ରୀ ରହିଥିଲେ। ମାତ୍ର ସେ ୫ବର୍ଷ କାର୍ଯ୍ୟକାଳ ପୂରଣ କରିପାରିନଥିଲେ। ୨୦୦୬ରେ ନିର୍ଦ୍ଦଳୀୟ ବିଧାୟକ ମଧୁ କୋଡା ପଞ୍ଚମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେମନ୍ତଙ୍କ ପରେ ୨୦୧୪ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ରଘୁବର ଦାସ ପ୍ରଥମ ଥର ପାଇଁ ୫ବର୍ଷ ପୂରଣ କରିଥିଲେ। ୨୦୧୯ରେ ବିଜେପି ପରାଜିତ ହୋଇଥିଲା।
ପୁଣି ଥରେ ହୋଇଥିବା ୨୦୧୯ ନିର୍ବାଚନରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଭାବରେ ଶାସନ କରିଥିଲେ। ଆଉ ଏବେ ହେମନ୍ତ ସୋରେନ ଚଳିତ ବର୍ଷ ଇସ୍ତଫା ଦେଇଛନ୍ତି। ୨୦୦୦ରୁ ୨୦୧୪ ମଧ୍ୟରେ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି, ଅର୍ଜୁନ ମୁଣ୍ଡା, ଶିବୁ ସୋରେନ, ମଧୁ କୋଣ୍ଡା ଓ ହେମନ୍ତ ସୋରେନ ୧୫ମାସରୁ କମ ସମୟ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।ଏହି ୨୩ ବର୍ଷ କାଳ ମଧ୍ୟରେ ୧୧ଜଣ ମୁଖ୍ୟମନ୍ତ୍ରୀ ବଦଳି ପରେ ଚମ୍ପାଇ ସୋରେନ ୧୨ତମ ମୁଖ୍ୟମନ୍ତ୍ରୀ ଭାବରେ ଶାସନ କରିବେ।