Pratidin TV

Odisha's Digital News Platform

ହତଭାଗିନୀ ମାଁ ବଞ୍ଚାଇପାରିଲାନି ; ନର୍ସ ମାଁ ଆଖି ସାମ୍ନାରେ ଚାଲିଗଲା ୨ ଝିଅଙ୍କ ଜୀବନ..

1 min read

ସୁବର୍ଣ୍ଣପୁର : ମା ଆଖି ସାମ୍ନାରେ ଆଖିବୁଜିଲେ ୨ ଝିଅ । କାକୁତି ମିନତି ହୋଇ ନିଜର ଭଗବାନଙ୍କୁ ହାତ ଯୋଡି ନେହୁରା ହେଉଥାଏ । ଥରୁଟିଏ ତ ଡାକ ଶୁଣିଦିଅ କାହିଁକି ଏତେ ନିଷ୍ଠୁର ହେଉଛ । ଆଉ ଜୀବନ ଯାକ ଯାହା କଷ୍ଟ ଯନ୍ତ୍ରଣା ଦେବ ସବୁ ସହିବି ମୋ ଦୁଇ ଛୁଆଙ୍କୁ ଖାଲି ବଞ୍ଚାଇଦିଆ । ଏମିତି କହି ଛାତି ଫଟେଇ କାନ୍ଧୁଥାଏ ମାଁ ।

ଯିଏ ପ୍ରତ୍ୟକ ଦିନ ହଜାର ହଜାର ଲୋକଙ୍କ ଚିକିତ୍ସା କରେ ନିଜ ହାତରେ ସେବା କରେ ଔଷଧ ଖୁଆଏ , ଇଜେକ୍ସନ ଦିଏ , ଡ୍ରେସି କରେ , ନିଜ ହାତରେ କେତେ ଲୋକଙ୍କ ଜୀବନ ରକ୍ଷା କରିଛି । ଆଜି ସେଇ ନର୍ସ ମା ଜଣଙ୍କ ଡାକ୍ତରଖାନ ବେଡ୍‌ରେ ନିଜ ୨ ଶିଶୁଙ୍କୁ ଗୁରୁତର ଦେଖି ଅବାକ୍ ହୋଇଯାଇଛି । ଶୁନ୍ ପଡିଯାଇଛି ତା ହାତ ଗୋଡ । କଣ କରିବ କାହାକୁ କହିବ କେମିତି ବଞ୍ଚାଇବ ନିଜ ଛୁଆ ଦୁଇଟିଙ୍କୁ ବୋଲି କିଛି ଭାବିପାରୁନି । ଏପଟେ ହସ୍ପିଟାଲ ବେଡରେ କଷ୍ଟଯନ୍ତ୍ରଣାରେ ଛଟପଟ ହେଉଛନ୍ତି ୨ ଛୁଆ । ଯିଏ ବି ସେହି ସମୟର ଦୃଶ୍ୟ ଦେଖିବ ସେ ଅବାକ୍ ହୋଇଯିବା । ମନକୁ ମନ ଚାଲିଆସିବ ତା ଆଖିରୁ ସତ ସମୁଦ୍ରର ଲୋହୁ ।

Advertisement

ଏଭଳି ଏକ ହୃଦୟ ବିଦାରକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସଦର ଟାଉନରେ ଘଟିଛି । ସମୃକ୍ତ ଅଞ୍ଚଳରେ ରହୁଥିବା ଅଳକା ମିଶ୍ର ଜଣେ ନର୍ସ । ସବୁଦିନ ଭଳି ମଙ୍ଗଳବାର ମଧ୍ୟ ଅଳକା ନିତ୍ୟକର୍ମ ସାରି ଡାକ୍ତରଖାନା ପହଞ୍ଚି ଯାଇଥିଲେ । କାରଣ ତାଙ୍କ ପାଇଁ ରୋଗୀ ସେବା ହିଁ ଭଗବାନଙ୍କ ସେବା। ସବୁଦିନ ଭଳି ନିଜ କାମରେ ବ୍ୟସ୍ତ ଥିଲେ ଅଳକା । ଆଉ ଏହି ସମୟରେ ଚିକିତ୍ସାଳୟରେ ଏକ ଏମରଜେନ୍ସି ଘୋଷଣା ହୋଇଥିଲା । କୁଅରେ ପଡି ୨ଶିଶୁ ଗୁରୁତର ଥିବା ବେଳେ ତାଙ୍କ ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ଅଣାଯାଇଛି । ଏଭୁ ଅଳକା ଡାକ୍ତରଙ୍କ ସହ ନିଜକୁ ମଧ୍ୟ ପ୍ରସ୍ତୁତ ରଖିଥିଲେ । କିନ୍ତୁ ବିଧିରି ବିଧାନ ଥିଲା କିଛି ଅଲଗା । ଆଜି ହ୍‌ସପିଟାଲ ବେଡ ଉପରେ ଥିଲେ ଅଳକାଙ୍କ ୧ ବର୍ଷ ସିଦ୍ଧିଶ୍ରୀ ଓ ବଡ ଭାଇଙ୍କ ଝିଅ ଦିଶା । ଏସବୁ ଦେଖି ଅଳକା ନିଜ ଆଖି ଉପରେ ବିଶ୍ୱାସ କରିପାରୁନଥିଲେ । କିନ୍ତୁ ନିଜ ପରିବାରକୁ ଦେଖିବା ପରେ ଆଉ ସମ୍ଭାଳି ପାରିନଥିଲେ ଅଳକା । ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ । ସେ ସମୟର ଦୃଶ୍ୟ ଯିଏ ଦେଖିବ ତା ରୁମ ଟାଙ୍କୁରୀ ଉଠିବ । କିଭଳି ନିଜ ୨ ଛୁଆଙ୍କୁ ବଞ୍ଚାଇବାକୁ ମାଁ ଭଗବାନଙ୍କ ପାକେô କାକୁତି ମିନତି ହେଉଛି । କିନ୍ତୁ କଣ କରିବ ବା କିଏ ଯିଏ ଯେତିକି ଦିନ ଆୟୁଷ ନେଇ ଆସିଥିବା ।

ଡାକ୍ତର ଓ ନର୍ସଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଉଭୟ ଶିଶୁ କନ୍ୟାଙ୍କୁ ବଞ୍ଚା ଯାଇ ପାରିନଥିଲା। ଶେଷରେ ଡାକ୍ତର ଶିଶୁ ଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ। ଆଖି ସାମ୍ନାରେ ଅଳକାଙ୍କ କୋଳ ଖାଲି ହୋଇଗଲା। ଦୁନିଆ କ’ଣ ଭଲ ଭାବେ ଜାଣିନଥିବା ଦୁଇ ନିଷ୍ପାପ କୁନିଝିଅ ବହୁ ଦୂରକୁ ଚାଲିଗଲେ । ଘରେ ହୁଏତ ଆଉ କେବେ ଶୁବିବନି ଦୁଇ ଝିଅଙ୍କ କଅଁଳ ଡାକ । ସେଇ ଅଳି ଅଝଟ କାନ୍ଦ । ମୃତ ଦୁଇ ଶିଶୁ କନ୍ୟା ହେଲେ- ବୀରମହାରାଜପୁରର ଅଳକା ମିଶ୍ରଙ୍କ ଏକମାତ୍ର ଝିଅ ସିଦ୍ଧିଶ୍ରୀ ଏବଂ ତାଙ୍କ ବଡ଼ଭାଇ ଶିକ୍ଷକ ଆଲୋକ ମିଶ୍ରଙ୍କ ଏକମାତ୍ର ଝିଅ ଦିଶା। ଗତକାଲି ସନ୍ଧ୍ୟାରେ

ଖେଳୁଥିବା ବେଳେ ଘର ପଛରେ ଥିବା କୁଅରେ ୨ଶିଶୁ ପଡିଯାଇଥିଲେ । ଏନେଇ ଅଗ୍ନିସମ ବିଭାଗକୁ ଖବର ଦିଆଯାଇଥିଲା । ଖବରପାଇ ଅଗ୍ନିସମ କର୍ମ ଚାରୀମାନେ ପହଂଚି ଦୁଇ ଶିଶୁଙ୍କୁ ଉଦ୍ଧାର କରି ତୁରନ୍ତ ସେମାନଙ୍କୁ ବିରମହାରାଜପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଜଣେ ଗୁରୁତରଙ୍କୁ ସୋନପୁର ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ଜଣଙ୍କୁ ବରଗଡ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *