Pratidin TV

Odisha's Digital News Platform

ଘରେ ପଶି ଦୁଇ ପିଲାଙ୍କୁ ମାରିଲା ଦୁର୍ବୁତ୍ତ…..ପୋଲିସ କଲା ଏନକାଉଣ୍ଟର

1 min read

ଉତ୍ତରପ୍ରଦେଶରେ ଘଟିଛି ହୃଦୟ ବିଦାରକ ଘଟଣା | ୨ ପିଲାଙ୍କ ଗଲା କାଟିଲା ଅଭିଯୁକ୍ତ | ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସୂଚନା ପାଇଥିବା ପୋଲିସ ମୃତଦେହକୁ ଜବତ କରିବାକୁ ପରିବାର ଅନୁମତି ଦେଇ ନାହିଁ। ଏଥି ସହ ପୋଲିସ ମୁଖ୍ୟ ଅଭିଯୁକ୍ତ ସାଜିଦଙ୍କୁ ଏନକାଉଣ୍ଟରରେ ହତ୍ୟା କରିଥିଲା। ଏପରି ଘଟଣା ଉତ୍ତରପ୍ରଦେଶ ବଦାଉନଠାରେ ଘଟିଛି |

ସୂଚନା ଅନୁସାରେ, ବିନୋଦ କୁମାର ବବବ କଲୋନୀରେ ରୁହନ୍ତି ଏବଂ ତାଙ୍କ ସ୍ତ୍ରୀ ଘରେ ପାର୍ଲର ଚଳାନ୍ତି | ସେ ତାଙ୍କ ୩ ପିଲାଙ୍କ ସହ ଘରେ ଏକା ଥିଲେ | ଏବଂ ବିନୋଦ ଘର ସାମ୍ନାରେ ଅଭିଯୁକ୍ତ ୨ ଭାଈ ଜାଭେଦ ଓ ସାଜିଦର ସେଲୁନ ଅଛି | ଆଖପାଖ ଲୋକମାନେ କହିଥିଲେ ଯେ, ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟ ଅଭିଯୁକ୍ତ ସାଜିଦ ବିନୋଦଙ୍କୁ ଘରକୁ ଯାଇଥିଲେ | ଏବଂ ଚା’ ପିଇବାକୁ ମାଗିଥିଲେ | ସେପଟେ ବିନୋଦଙ୍କ ସ୍ତ୍ରୀ ଚା କରିବା ବେଳେ ଅଭିଯୁକ୍ତ ସାଜିଦଙ୍କ ନଜର ପଡିଥିଲା ଖେଳୁଥିବା ପିଲାଙ୍କ ଉପରେ | ସେତେବେଳେ ବିନୋଦଙ୍କ ତିନି ପୁଅ ଖେଳୁଥିବା ସ୍ଥାନକୁ ଯାଇଥିଲା ସାଜିଦ। ପରେ ଏହି ସମୟରେ ଧାରୁଆ ଅସ୍ତ୍ରରେ ବିନୋଦଙ୍କ ୨ ପୁଅଙ୍କ ତଣ୍ଟି କାଟି ଦେଇଥିଲା ସାଜିଦ। ଘଟଣାସ୍ଥଳରେ ୧୧ ବର୍ଷୀୟ ବଡ଼ ପୁଅ ଆୟୁଷ ଏବଂ ୭ ବର୍ଷୀୟ ଆହାନର ମୃତ୍ୟୁ ଘଟିଥିଲା | ଅନ୍ୟପଟେ ବହୁ ଜୋରସେ ପିଲାଙ୍କ ଶବ୍ଦ ଶୁଣି ତଳୁ ବିନୋଦଙ୍କ ସ୍ତ୍ରୀ ତୁରନ୍ତ ଉପରକୁ ଯାଇଥିଲେ | ଏବଂ ସେହି ଆମେରେ ୨ ପିଲାଙ୍କୁ ଛୁରୀରେ ଆକ୍ରମଣ କରି ଅଭିଯୁକ୍ତ ଫେରାର ହୋଇସାରିଥିଲେ |

Advertisement

ଏହି ଘଟଣାରେ ୨ ଭାଈ ମିଶି ଏପରି କରିଥିଲେ ବୋଲି ସୂଚନା ମିଳିଛି | ପୁରୁଣା ବିବାଦକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବାର ଖବର ମିଳୁଛି | ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇଥିଲା | ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ପୋଡାଜଳା କରିବା ସହ ଭଙ୍ଗାରୁଜା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା | ତେବେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା | ଏବଂ ଅନ୍ୟପଟେ ସଜିଦର ଭାଈ ଜାଭେଦକୁ ଧରିବା ପାଇଁ ଚେଷ୍ଟା କରୁଛି ପୋଲିସ |

Leave a Reply

Your email address will not be published. Required fields are marked *