Pratidin TV

Odisha's Digital News Platform

ଗୋଟିଏ ଆପାର୍ଟମେଣ୍ଟର ୪ଟି ଫ୍ଲାଟରେ ବୁଲିଲା କଳାକନା, ୨ କୋଟିର ସମ୍ପତ୍ତି ଲୁଟ…

1 min read

ଭୁବନେଶ୍ୱର: ଦିନ ଦ୍ୱିପହରରେ ରାଜଧାନୀରେ ହୋଇଛି ବଡ ଧରଣର ଲୁଟ । ଇନଫୋସିଟି ଥାନା ରାଜବାଟିକା ଆପାର୍ଟମେଣ୍ଟ ରେ କଳାକନା ବୁଲାଇ ଦେଲେ ଲୁଟେରା । ଦିନପ୍ରାୟ ୨ଟା ସମୟରେ ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭିକୁ ଚକମା ଦେଇ ତାଲା ଭାଙ୍ଗି କୋଟି କୋଟି ଟଙ୍କାର ସମ୍ପତ୍ତି ଲୁଟିନେଇଛନ୍ତି । ଆପାର୍ଟମେଣ୍ଟର ଜି୪ରେ ୨କୋଟି ରୁ ଅଧିକ ଟଙ୍କାର ଲୁଟ ପାଟ ହୋଇଥିବା ନେଇ ଅଭିଯୋଗ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ଇନଫୋସିଟି ଥାନା ପୋଲିସ ଓ ଡ଼ଗ ସ୍କୁଆର୍ଡର ପହଞ୍ଚି ଶିଶିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବିକ ଇନଫୋସିଟି ଥାନା ରାଜବାଟିକା ଆପାର୍ଟ ମେଣ୍ଟ ର ୪ଟି ଫ୍ଲାଟ ରୁ ଏକ କାଳିନ ଲୁଟ ହୋଇଥିବା କୁହାଯାଇଛି । H2, i4, g4, c5 ନାମକ ଫ୍ଲାଟ ଗୁଡିକରୁ ଲୁଟ ସୁନା ଗହଣା,ଲାପଟପ, ଘର ସାମଗ୍ରୀ, ଟଙ୍କା ଲୁଟ ନେଇ ଅଭିଯୋଗ ହୋଇଛି । ଏପରିକି ଲୁଟେରା ମାନେ ଠାକୁର ଘରେ ଥିବା ମୁଲ୍ୟବାନ ପିତ୍ତଳ ଜିନିଷକୁ ମଧ୍ୟ ଛାଡି ନାହାନ୍ତି । ସେପଟେ ଆପାର୍ଟମେଣ୍ଟର ଅନ୍ୟସ୍ଥାନରେ ଲାଗିଥିବା ସିସିଟିଭରେ ୪ଜଣ ଲୁଟେରାଙ୍କ ଚୋରୀ ସମୟର ହରକତ କଏଦ ହୋଇଛି । ସେଠାରେ ମୋଟ ୭୦ଟି ଘର ରହିଥିବା ବେଳେ ସେମଧ୍ୟରୁ ୪ଟି ଘରର ତାଲା ଭାଙ୍ଗି ଜିନିଷପତ୍ର ଚୋରେଇ ନେଇଛନ୍ତି । ସିସିଟିଭିରେ ଦେଖାଯାଇଛି ଯେ ଫ୍ଲାଟର ତାଲା ଭାଙ୍ଗି ଲୁଟେରା ମାନେ ପଛ ପଟେ ପ୍ରବେଶ କରୁଛନ୍ତି । ସେହିପରି ଅପାର୍ଟମେଣ୍ଟରେ ରହୁଥିବା ଜଣେ ବ୍ୟକ୍ତି ନିଜର ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ସୁନା ଅଳଂକାର ଲୁଟେରା ମାନେ ଚୋରି କରି ନେଇଯାଇଛନ୍ତି । ତେବେ ଏପରି ଘଟଣା ପରେ ସେଠାରେ ରହିଥିବା ଲୋକେ ଆପର୍ଟମେଣ୍ଟର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *