Pratidin TV

Odisha's Digital News Platform

(ଭିଡିଓ) ୨ଦିନ ଭିତରେ ସମାଧାନ ହେବ ଓଲିଉଡ କଳି! ମିଟିଂ ପରେ ମିଳିବ ଖୁସି ଖବର: ଅଭିନେତ୍ରୀ ସାନଲିଶା

ଓଲିଉଡ କଳି ଭିତରେ ଗତ ଶୁକ୍ରବାର ରିଲିଜ ହୋଇଥିଲା ଓଡିଆ ଫିଲ୍ମ ପ୍ରଥା । ଯାହାକୁ ପଶ୍ଚିମ ଓଡିଶାରେ ବିରୋଧ କରାଯାଇଛି । ଫିଲ୍ମକୁ ରିଲିଜ କରାଇ ନଦେବା ପାଇଁ ଫିଲ୍ମର ବ୍ୟାନର ପୋଷ୍ଟ ଚିରି ଦେଇଥିଲେ ମନୋଜଙ୍କ କିଛି ଫ୍ୟାନ୍ସ । ଯାହାକୁ ନେଇ ଚିନ୍ତାରେ ପଡିଥିଲେ ଅଭିନେତ୍ରୀ ତଥା ଫିଲ୍ମ ପ୍ରଯୋଜକ ସାନଲିଶା ପଟେଲ । ଏମିତିକି ଅଭିନେତା ମନୋଜଙ୍କୁ ମଧ୍ୟ ଫିଲ୍ମ ପାଇଁ ସମର୍ଥନ କରିବାକୁ ନିବେଦନ କରିଥିଲେ । ହେଲେ କୌଣସି ସହାୟତା ନ ମିଳିବାରୁ ଅଭିନେତ୍ରୀ ସାନଲିଶା ସେକ୍ରେଟେରୀ ଅଫିସ ଯାଇ ହେମନ୍ତ ଶର୍ମାଙ୍କୁ ଭେଟିଛନ୍ତି । ଫିଲ୍ମ ପ୍ରଥାକୁ ନ୍ୟାୟ ଦେବା ପାଇଁ ମୁଁ ଏଠାକୁ ଆସିଛି । ତେବେ ମିଟିଂ ସରିବା ପରେ ମୁଁ ସମସ୍ତ ଖବର ଜଣାଇବି ବୋଲି ଅଭିନେତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *