Pratidin TV

Odisha's Digital News Platform

ପୁରୀରେ ଅଘଟଣ ; ଶ୍ରାଦ୍ଧ ଦେବାକୁ ଯାଇ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ୨ ମୃତ ।

1 min read

ପୁରୀ ; ପୁରୀରେ ଅଘଟଣ । ଶ୍ରାଦ୍ଧ କାର୍ଯ୍ୟବେଳେ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ୨ ଭାଇ ମୃତ । ଅଗ୍ନିଶମ ବିଭାଗ ଦ୍ୱାରା ମୃତଦେହ ଜବତ ଉଦ୍ଧାର କରାଯାଇଛି । ମୃତକଙ୍କ ପରିଚୟ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିର ରାଜ କିରଣ ଶତପଥି ୨୩ ଓ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମର ନାଳନୀକାନ୍ତ ତ୍ରିପାଠୀ (୨୭ ) ଉଭୟ ସମ୍ପର୍କରେ ୨ ଭାଇ ବୋଲି ଜଣାପଡିଛି ।

ତେବେ ଆଜି ରାଜ କିରଣଙ୍କ ଜେଜେ ମାଙ୍କ ଶ୍ରାଦ୍ଧ ପାଇଁ ପରିବାରର ୯ଜଣ ସଦସ୍ୟଙ୍କ ସହ ପୁରୀ ଆସିଥିଲେ । କିନ୍ତୁ ଶ୍ରାଦ୍ଧ ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନ ବେଳେ ରାଜ କିରଣ ଓ ନଳନୀକାନ୍ତ ଭାରସାମ୍ୟ ହରାଇ ବୁଡି ଯାଇଥିଲେ । ପରିବାର ଲୋକମାନେ ତୁରନ୍ତ କୁମ୍ଭାରପଡା ଥାନାରେ ଜଣାଇଥିଲେ ।

Advertisement

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ନରେନ୍ଦ୍ର ପୁଷ୍କରିଣୀରୁ ଆଜି ଅପରାହ୍ନ ସାଢେ ୧ଟାରେ ଦୁଇଜଣଙ୍କ ମୃତଦେହ ଜବତ କରି ମେଡିକାଲ ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave a Reply

Your email address will not be published. Required fields are marked *