Pratidin TV

Odisha's Digital News Platform

ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା ; ବାଇକ ଚାଳକଙ୍କ ଉପରେ ମାଡିଗଲା ବୋଲେରୋ ,୨ ମୃତ

ପାରାଦ୍ୱୀପ ; ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା । କଟକ ପାରାଦ୍ଵୀପ ରାଜରାସ୍ତା ର କୁଜଙ୍ଗ ନିକଟବର୍ତ୍ତୀ ସନ୍ତରା ଗଡା ନିକଟରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ ରେ ଥିବା ୨ ଜଣ ବାଇକ ଆରୋହୀ ଙ୍କର ମୃତ୍ୟୁ ହୋଇଛି ।

ବୋଲେରୋ ଡ୍ରାଇଭର ଗୁରୁତର ଆହତ ହୋଇ ପଡି ରହିଥିବା ବେଳେ ଦେବଦୁତ ସଡ଼କ ସୁରକ୍ଷା ବାହିନୀ ର ସଦସ୍ୟ ମାନଙ୍କ ଦ୍ୱାରା ଉଦ୍ଧାର ହୋଇ କୁଜଙ୍ଗ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ମୃତ୍ୟୁ ବରଣ କରିଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କ ପକେଟରୁ ମିଳିଛି ଆଧାର କାର୍ଡ। ୨ ମୃତକ ଙ୍କ ମଧ୍ୟରୁ ଜଣେ କେନ୍ଦୁଝର କଣେଟା ଅଞ୍ଚଳର ବିଶ୍ବଜିତ ନାୟକ ବୋଲି ସୂଚନାରହିଥିବା ବେଳେ , ଅନ୍ୟଜଣଙ୍କ ପରିଚୟ ମିଳି ପାରିନାହିଁ ।

ତେବେ ମୃତକ ଦୁଇଜଣ ଆଇଓସିଏଲ ରେ କାମ କରୁଥିବା ନେଇ ସୂଚନା ମିଳିଛି । ଦ୍ରୁତ ଗତିରେ ଗାଡି ଚାଳନା ଓ ବେପରୁଆ ଭାବରେ ଓଭରଟେକ କରିବା କାରଣରୁ ପାରାଦୀପ ଅଞ୍ଚଳ ରେ ଦୈନନ୍ଦିନ ଏହିଭଳି ସଡ଼କ ଦୁର୍ଘଟଣା ଘଟି ଅନେକ ଧନଜୀବନ ଅକାଳ ରେ ଝଡି ଯାଉଛି ।

Leave a Reply

Your email address will not be published. Required fields are marked *