Pratidin TV

Odisha's Digital News Platform

ସିମେଣ୍ଟ ଟ୍ୟାଙ୍କର୍ ଦେଲା ବସକୁ ଧକ୍କା….ଭାରସାମ୍ୟ ହରାଇ ରାସ୍ତାର ରେଲିଂ ଭାଙ୍ଗି ତଳକୁ ଖସିଲା ବସ ଚାଲିଗଲା ୨ ଜୀବନ

1 min read

ନୂଆଦିଲ୍ଲୀ: ଗୁଜୁରାଟରେ ଭୟଙ୍କର ଦୁର୍ଘଟଣା | ବସ୍ ଏବଂ ସିମେଣ୍ଟ ଟ୍ୟାଙ୍କର୍ ଧକ୍କାରେ ୨ ଜଣଙ୍କର ମୃତ୍ୟୁ | ଏହି ଅଭାବନୀୟ ଘଟଣା ଶୁକ୍ରବାର ଦିନ ବିଳମ୍ବିତ ରାତିରେ ଗୁଜୁରାଟର ନାଡିଆଡର ଅହମ୍ମଦାବାଦ-ଭଦୋଦରା ଏକ୍ସପ୍ରେସୱେରେ ହୋଇଥିବାର ଖବର ମିଳିଛି | ପୋଲିସର ସୂଚନାନୁସାରେ,ସିମେଣ୍ଟ ଟ୍ୟାଙ୍କର୍ ଧକ୍କାରେ ବସ୍ ରାସ୍ତାର ରେଲିଂ ଭାଙ୍ଗି ୨୫ ଫୁଟ ତଳେ ପଡ଼ି ରାସ୍ତା କଡ଼ରେ ଖସି ପଡିଥିଲା। ଏହା ସହ ବହୁ ଯାତ୍ରୀ ଆହତ ହୋଇଛନ୍ତି |

ପୋଲିସ ଅଧୀକ୍ଷକ ରାଜେଶ ଗାଡିୟା କହିଛନ୍ତି, “ବସ୍ ୨୩ ଜଣ ଯାତ୍ରୀଙ୍କ ସହ ଅହମ୍ମଦାବାଦରୁ ପୁନେ ଯାଉଥିଲା। ଏହି ସମୟରେ ସିମେଣ୍ଟ ଟ୍ୟାଙ୍କର୍ ହଠାତ୍ ବାମକୁ ନେଇ ସିଧାସଳଖ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ଫଳରେ ବସଟି ଭାରସମ୍ୟ ହରାଇ ରାସ୍ତାର ରେଲିଂ ଭାଙ୍ଗିତଳକୁ ଖସି ପଡିଥିଲା ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। ଆହତ ଯାତ୍ରୀମାନଙ୍କୁ ଚିକିତ୍ସା କରାଯାଉଛି। ଘଟଣା ପରେ ଟ୍ରକ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *