Pratidin TV

Odisha's Digital News Platform

ସକାଳୁ କାଳୁ ୨ ଥର ଭୂକମ୍ପ ଝଟ୍‌କା , ଥରିଲା ପୁରା ମହାରାଷ୍ଟ୍ର ।

ସକାଳୁ ସକାଳୁ ଥରିଲା ମହାରାଷ୍ଟ୍ର । ମହାରାଷ୍ଟ୍ରର ହିଙ୍ଗୋଳି ଅଞ୍ଚଳରେ ଗୁରୁବାର ସକାଳେ ଲଗାତର ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପର ଝଟ୍କା ଅନୁଭୂତ ହେବା ମାତ୍ରେ ଲୋକେ ଭୟଭୀତ ହୋଇପଡି ସଙ୍ଗେ ସଙ୍ଗେ ବାହାରକୁ ଚାଲି ଆସିଥିଲେ। ଆଜି ପ୍ରାୟ ୧୦ ମିନିଟ୍ ବ୍ୟବଧାନରେ ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି।

ପ୍ରଥମ ଭୂକମ୍ପ ଝଟକା ସକାଳ ୬ଟା ୮ ମିନିଟ୍ରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍ଲେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଥିଲା। ଏହାପରେ ଭୂକମ୍ପର ଦ୍ୱିତୀୟ ଝଟକା ସକାଳ ୬ଟା ୧୯ ମିନିଟ୍ରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରହିଛି।

ତେବେ ଭୂକମ୍ପ ଯୋଗୁ ଏଯାଏଁ କୌଣସି ପ୍ରକାରର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

Leave a Reply

Your email address will not be published. Required fields are marked *