Pratidin TV

Odisha's Digital News Platform

୨ ଥର ଭୂମିକମ୍ପ ଥରିଲା ଜମ୍ମୁ-କଶ୍ମୀର

1 min read

ଭୂକମ୍ପରେ ୨ ଥର ଥରିଲା ଜମ୍ମୁ-କାଶ୍ମୀର | ଆଜି ସକାଳୁ ଜମ୍ମୁ କଶ୍ମୀରର ବାରାମୁଲା ଅଞ୍ଚଳରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ।

ସୂଚନା ଅନୁଯାୟୀ, ଆଜି ବାରାମୁଲାରେ ସକାଳ ୬.୪୫ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ବାରାମୁଲା ଠାରୁ ୭୪ କିଲୋମିଟର ଦୂରରେ ଭୂମି ତଳେ ପାଞ୍ଚ କିଲୋମିଟର ଗଭୀରତାରେ ଥିଲା। ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଥିଲା। ପରେ ଦ୍ୱିତୀୟ ଭୂକମ୍ପ ୬.୫୨ ମିନିଟରେ ହୋଇଥିଲା। ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଛି। ଦୁଇ ଦୁଇ ଥର ଭୂମିକମ୍ପ ଝଟ୍‌କା ଅନୁଭୂତ କରିବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଏହି ଭୂକମ୍ପ ପୁଞ୍ଚ, ବାରାମୁଲା ସମେତ କୁପୱାଡାର ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା।

Leave a Reply

Your email address will not be published. Required fields are marked *