Pratidin TV

Odisha's Digital News Platform

ବେଦାନ୍ତ ଫାକରରେ ପୁଣି ଦୁର୍ଘଟଣା , ନିଆଁ ରେ ପୋଡି ଦୁଇ ଗୁରୁତର …

1 min read

ଭଦ୍ରକ : ଭଦ୍ରକ ଜିଲ୍ଲା ରାନ୍ଦିଆ ସ୍ଥିତ ବେଦାନ୍ତ କମ୍ପାନୀ ପରିସରରେ ପୁଣି ଦୁର୍ଘଟଣା । କାର୍ୟ୍ୟ କରୁଥିବା ସମୟରେ ନିଆଁରେ ପୋଡି ହୋଇ ଦୁଇ ଶ୍ରମିକ ଗୁରୁତର । ଆଜି ପୁଣି ଦୁଇଜଣ ଶ୍ରମିକ ଗୁରୁତର ହୋଇ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି । ବେଦାନ୍ତ ଫ୍ରନେସରେ ଚାର୍ଜୀଂକାର ଅପେରେଟର ଭାବେ କାର୍ୟ୍ୟରତ ଥିବା ବରପଦା ଅଂଚଳର ବିଜୟ ମହାପାତ୍ର ଏବଂ ରାନ୍ଦିଆ କୋରଣ୍ଟ ଅଂଚଳର ରତିକାନ୍ତ ସୁତାର ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି ।

ସ୍ଥାନୀୟ କମ୍ପାନୀ କର୍ମଚାରୀ ଙ୍କ ସହାୟତରେ ଗୁରୁତର ଙ୍କୁ ଭଦ୍ରକ ଡାକ୍ତରଖାନା ଏବଂ ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ତେବେ ପୂର୍ବରୁ ମଧ୍ୟ ବେଦାନ୍ତଫ୍ୟାକ୍ଟ୍ରିରେ ଜନୈକ କର୍ମଚାରୀ ନିଆଁ ପଡି ଗୁରୁତର ହୋଇଥିଲେ । କଟକ ମେଡିକାଲ ରେ ଚିକିଶ୍ଚିତ ଅବସ୍ଥା ରେ ତାଙ୍କର ମୃତ୍ୟୁ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *