Pratidin TV

Odisha's Digital News Platform

ଫ୍ରେବୃଆରୀ ୧୫ ରୁ + ୨ ପରୀକ୍ଷା , ଏଥର ହେବ ନୂଆ ଢାଞ୍ଚାରେ ପରୀକ୍ଷା ….

1 min read

ଶିକ୍ଷା ବ୍ୟବସ୍ଥାରେ ବଡ ପରିବର୍ତ୍ତନ । ୨୦୨୫ରେ ଯୁକ୍ତ ୨ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନପତ୍ର ଢାଞ୍ଚା ବଦଳାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଏଥର ହେବ ନୂଆ ଢାଞ୍ଚାରେ ପରୀକ୍ଷା । ନୂଆ ଢାଞ୍ଚା ଅନୁଯାୟୀ ଏଣିକି ବାର୍ଷିକ ପରୀକ୍ଷାରେ ୧୦୦ ନୁହେଁ ବରଂ ପରୀକ୍ଷାର୍ଥୀଙ୍କୁ ୮୦ ମାର୍କର ଥିଓରୀ ପରୀକ୍ଷା ଦେବାକୁ ପଡ଼ିବ।

ଏଣିକି ୮୦ମାର୍କରୁ ୨୪ ମାର୍କ ରଖିଲେ ପାସ୍। ପ୍ରଶ୍ନପତ୍ରରେ ଇଂରାଜୀ ଓ ମାତୃଭାଷାରୁ ରଚନାକୁ ବାଦ ଦିଆଯାଇଛି ଏହା ସହ ୧୦ ମାର୍କର ଆସୁଥିବା ପ୍ରଶ୍ନକୁ ମଧ୍ୟ ବାଦ୍ ଦିଆଯାଇଛି । ଏହି ୮୦ ମାର୍କରୁ ୨୪ ମାର୍କ ରଖିଲେ ଜଣେ ପରୀକ୍ଷାର୍ଥୀ ପାସ କରିବେ, ନହେଲେ ଫେଲ ବୋଲି ବିବେଚନା କରାଯିବ। ବାକି ୨୦ ମାର୍କ ଇଣ୍ଟରନାଲ ପରୀକ୍ଷା ହେବ। ସେଥିରେ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ ତାକୁ ମୋଟ ମାର୍କ ସହ ସଂଯୋଗ କରାଯିବ। ହେଲେ ଥିଓରୀ ମାର୍କ ସହ ଏହାକୁ ମିଶାଇ ପାସ୍ ବୋଲି ଗଣାଯିବ ନାହିଁ।

Advertisement

ସେହିପରି କୌଣସି ବିଷୟର ପ୍ରଶ୍ନପତ୍ରରେ ଆଉ ୧୦ ମାର୍କର ପ୍ରଶ୍ନ ରହିବନି। କଳା ବିଭାଗ ବିଷୟ ଗୁଡ଼ିକରେ ସର୍ବାଧିକ ୮ ମାର୍କ ଏବଂ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୫ମାର୍କ ପର୍ଯ୍ୟନ୍ତ ପ୍ରଶ୍ନ ଆସିବ। ୮୦ ମାର୍କର ପରୀକ୍ଷା ହେଲେ ମଧ୍ୟ ପୂର୍ବଭଳି ଛାତ୍ରଛାତ୍ରୀଙ୍କୁ ୩ଘଣ୍ଟାର ସମୟ ଦିଆଯିବ ବୋଲି ବୋର୍ଡ ନିଷ୍ପତି ନେଇଛି। ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ଶିକ୍ଷାବର୍ଷରୁ ଏହା ଲାଗୁ କରାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏହା ସହ ଆଉ ଗୋଟେ ବଡ ଘୋଷଣା କରାଯାଇଛି । ଆସନ୍ତା ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା । ପ୍ରାକ୍ଟିକାଲ ପରୀକ୍ଷା ଏବଂ ଇଣ୍ଟରନାଲ ପରୀକ୍ଷା ଆସନ୍ତା ଡିସେମ୍ବର ୨୬ ତାରିଖରୁ ଜାନୁଆରୀ ୧୫ ମଧ୍ୟରେ ତାରିଖ ମଧ୍ୟରେ ଶେଷ ହେବ।

Leave a Reply

Your email address will not be published. Required fields are marked *