Pratidin TV

Odisha's Digital News Platform

୨ ମହିଳା ଗଞ୍ଜେଇ ମାଫିଆଙ୍କୁ ମାଡିବସିଲା ଅବକାରୀ ବିଭାଗ ।

1 min read

ସୁବର୍ଣ୍ଣପୁର ; ଦୁଇ ପୃଥକ୍ ଗଞ୍ଜେଇ ଚାଲାଣ ମାମଲାରେ ୨ ଗିରଫ ଓ ୭ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା କୋଣସି ସୂତ୍ରରୁ ଖବର ପାଇ ଏକ ବସରୁ ପୃଥକ ପୃଥକ ଭାବେ ଦୁଇ ଜଣ ମହିଳାଙ୍କ ଠାରୁ ଜଣ ଙ୍କ ଠାରୁ ୪ କେଜି ଓ ଅନ୍ୟ ଜଣଙ୍କ ଠାରୁ ୩କେଜି ମୋଟ ୭ କେଜି ଗଂଜେଇ ସହ ଦୁଇ ଜଣ ଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ତେବେ ଅଭିଯୁକ୍ତ ୨ ମହିଳା ହେଲେ ଫୁଲବାଣୀ ଜିଲ୍ଲାର ଶ୍ରୀଗୁନି ଗ୍ରାମ ରୁଙ୍ଗୁ ବିନ୍ଧାଣି ଏବଂ ବରଗଡ଼ ଜିଲ୍ଲା କୁଦପାଳି ର କିଶୋରୀ ଭାଟ । ଉଭୟଙ୍କଠାରୁ ମୋଟ୍ ୭ କେଜି ଗଂଜେଇ ଜବତ କରାଯାଇଛି । ଏନେଇ ଆଗକୁ ତଦନ୍ତ କରି ସମୃକ୍ତ ମାମଲାରେ ଆଉ କିଏ କିଏ ସାମିଲ ଅଛନ୍ତି ସେଥିôରୁ ପରଦା ଉଠାଇବ ବୋଲି ବିଭାଗ କହିଛି ।

Advertisement

Leave a Reply

Your email address will not be published. Required fields are marked *