Pratidin TV

Odisha's Digital News Platform

ଶିକାରୀ ଗୁଳିରେ ଗୁରୁତର ବନକର୍ମଚାରୀ ..

1 min read

ମୁହାଁମୁହିଁ ହେଲେ ଶିକାରୀ ଓ ବନକର୍ମଚାରୀ । ଏହାପରେ ଶିକାରୀ କରିଥିଲେ ଗୁଳିଚାଳନା । ଯାହାଫଳରେ ଶିକାରୀ ଗୁଳିରେ ଗୁରୁତର ହୋଇଛନ୍ତି ବନକର୍ମଚାରୀ । ନୀଳଗିରି କୁଳଢିଆ ଅଭୟାରଣ୍ୟରେ ଶିକାରୀ ଗୁଳିରେ ତିନି ଫରେଷ୍ଟ ଗାର୍ଡ ଗୁରୁତର । ତିନି ଜଣ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଦୁଇ ଜଣ ଅଧିକ ଗୁରୁତର ହେବାରୁ ସଙ୍କଟାପନ୍ନ ଅବସ୍ଥାରେ କଟକ ପଠାଯାଇଛି ।

ସୂଚନାରୁ ଜଣାଯାଇଛି, ଗତକାଲି ବିଳମ୍ବିତ ରାତ୍ରୀରେ, ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟ ବିଟ ରେ ଫରେଷ୍ଟ ଗାର୍ଡ ସିଂରାୟ ଙ୍କ ସହିତ ଦୁଇ ସବୁଜ ବାହିନୀ କର୍ମଚାରୀ ପେଟ୍ରୋଲିଂ କରୁଥିବା ସମୟ ରେ, ଶିକାରୀ ଙ୍କ ଗୁଳି ମାଡ଼ରେ ତିନି ଜଣ ଗୁରୁତର ଆହତ ହୋଇ ଥିଲେ । ଘଟଣାସ୍ଥଳରେ ଦୁଇ ଶିକାରୀ ଗିରଫ ହୋଇଥିବା ଜଣାପଡ଼ିଛି । ଏନେଇ କୁଳଢିଆ ବନବିଭାଗ ତରପରୁ ପେଟ୍ରୋଲିଙ୍ଗ କଡାକଡି ହେବା ସହ ଘଟଣାର ତଦନ୍ତ ଜାରି ରହିଛି ।

Advertisement

Leave a Reply

Your email address will not be published. Required fields are marked *