Pratidin TV

Odisha's Digital News Platform

ଅଜାଙ୍କ ଦଶାହ କର୍ମରେ ଲିଭିଗଲା କୂଳଦୀପ ; ସୁଧିକ୍ରିୟା ସମୟରେ ବୁଡିଗଲେ ୨ ନାତୀ …

ସୋର : ଅଜାଙ୍କ ଦଶାହ କର୍ମ ହେଲା କାଳ ଲଣ୍ଡା ହୋଇ ଗାଧଉଥିଲା ବେଳେ ପାଣି ରେ ବୁଡି ଦୁଇ ନାତି ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୋର ବ୍ଲକ ନଟାପଡା ପଞ୍ଚାୟତ ୱାଦା ଗ୍ରାମରେ । ୱାଦା ଅଞ୍ଚଳର ସ୍ବର୍ଗତ ବିଷ୍ଣୁ ଚରଣ ପାଢ଼ୀଙ୍କ ଦଶାହ କର୍ମରେ ଯୋଗ ଦେବା ପାଇଁ ୱାଦା ଗ୍ରାମର ପିତାମ୍ବର ପାଢ଼ୀଙ୍କ ପୁଅ ସୁଶାନ୍ତ ଓ ବିଦୁ ଅଞ୍ଚଳର ଚନ୍ଦନ କର ପଥର କଟା ନିକଟରେ ଘାଟ ତୁଠ ସାରି ନିକଟରେ ଥିବା ଏକ ଗାଡ଼ିଆରେ ଗାଧାଉଥିବା ବେଳେ ପାଣିରେ ବୁଡ଼ିଯାଇଥିଲେ ।

ଦୀର୍ଘ ସମୟ ପରେ ସମ୍ପର୍କୀୟ ମାନେ ଜାଣି ପାରି ଉକ୍ତ ଗାଡ଼ିଆ ରୁ ଉଭୟ ଙ୍କୁ ଉଦ୍ଧାର କରି ଚନ୍ଦନଙ୍କୁ ବାଗୁଡ଼ି ଡାକ୍ତରଖାନାକୁ ନେଇ ଥିବା ବେଳେ ସୁଶାନ୍ତକୁ ସୋର ଡାକ୍ତରଖାନାକୁ ଆଣିବା ଥିଲେ । କିନ୍ତୁ ଅତି ଦୁଃଖର ବିଷୟ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଉଭୟଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *