Pratidin TV

Odisha's Digital News Platform

ସାତ ଜନ୍ମ ପାଇଁ ସାଥି ହେଲେ ଦୁଇ ଦିବ୍ୟଙ୍ଗ ….

ବାଲେଶ୍ୱର : ଦୁହେଁ କଥା ହେଇ ପାରନ୍ତି ନାହିଁ ପ୍ରେମର ଶବ୍ଦ ପରିପ୍ରକାଶ କରି ପାରନ୍ତି ନାହିଁ। ହେଲେ ଠାରରେ ଠାରରେ ଦୁହେଁ ବୁଝି ଯାଆନ୍ତି ନିଜ ପ୍ରେମର ପରିଭାଷାକୁ । ଦୁହେଁ ଦିବ୍ୟଙ୍ଗ ହେଲେବି ଆଜିର ଏହି ସ୍ୱାର୍ଥପର ଦୁନିଆରେ ନିଜ ପ୍ରେମକୁ ସଫଳ କରିପାରିଛନ୍ତି । ଫେସବୁକ ରୁ ଆରମ୍ଭ ଏହି ଅକୁହା ପ୍ରେମରୁ ଆଜି ହୋଇ ପାରିଛନ୍ତି ୭ ଜନ୍ମର ସାଥି ।

କୁହନ୍ତି ପ୍ରେମକୁ କାଳେ ଶବ୍ଦରେ ବର୍ଣ୍ଣନା କରି ହୁଏନା। ପ୍ରକୃତ ପ୍ରେମକୁ ପରିପ୍ରକାଶ କରିବା ପାଇଁ ଶବ୍ଦର ବି ଲୋଡା ପଡେନା । ଇଏ ହେଉଛି ସେମିତି ଗୋଟେ ପ୍ରେମ । ଏ ହସ ଆଉ ଏ ମିଠା ମିଠା ଠାରି ରେ ଦେଖିହୁଏ ଦୁହିଁଙ୍କ ପ୍ରେମ କାହାଣୀ । ଦୁହିଁଙ୍କ ଲାଜୁଆ ହସ ଆଉ ଚୋରା ଚାହାଣୀ କହେ ବାବୁଲି ଓ କିରଣଙ୍କ କାହାଣୀ । ଏ କାହାଣୀ ଅସରନ୍ତି, ଅଲେଖା, ଜୀବନ୍ତ, ଓ ଶାଶ୍ଵତ। ଏମାନଙ୍କ ପ୍ରେମ ଆରମ୍ଭ ହେଇଥିଲା ଫେସବୁକ୍ ରୁ ତା ପରେ ଦେଖା ହୁଏ ଆଇଟିଆଇ କଲ୍ଲେଜ ରେ ୫ ବର୍ଷ ପୂର୍ବରୁ ଫେସବୁକ୍ ରୁ ଆରମ୍ଭ ହେଇଥିଲା ଭଲ ପାଇବା ଆଉ ଦୁହେଁ ଦୁହିଁଙ୍କୁ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ପାଟିରେ ସିନା ନିଜ ମନର ଭାବନାକୁ ପ୍ରକାଶ କରିପାରନ୍ତିନା । ହେଲେ ଦୁହେଁ ଦୁଇ ଜଣଙ୍କ ଅକୁହା ଭାଷାକୁ ଠିକ୍ ବୁଝି ପାରନ୍ତି। ପ୍ରେମକୁ ନା ଶବ୍ଦର ଆବଶ୍ୟକତା ଅଛି ନା ଭାଷାର । ଏହା ତ କେବଳ ଦୁଇ ମନର ଆବେଗାମ୍ମକ ପରିପ୍ରକାଶ, ଯାହା କେବଳ ଅନୁଭବ ମାଧ୍ୟମ ରେ ସମ୍ଭବ। ବନ୍ଧନରୁ ଉର୍ଦ୍ଧ୍ବରେ ଆକର୍ଷଣରୁ ବହୁ ଦୂରରେ ରହି ପ୍ରେମକୁ ସାକାର କରିଛନ୍ତି ଏହି ଦୁଇ ପ୍ରେମ ପକ୍ଷୀ ।

କେହି କାହାକୁ ପାଖରେ ଦେଖି ନଥିଲେ ସତ କିନ୍ତୁ ଫେସବୁକ୍ ଆଜି ଏହି ଦୁଇ ପ୍ରେମ ପକ୍ଷୀ ଙ୍କ ଗୋଟିଏ ବନ୍ଧନରେ ବାନ୍ଧି ପାରିଛି ।ତେବେ ବର ବର ବାବୁଲି ଖଣ୍ଡାଙ୍କ ଘର ବାଲେଶ୍ଵର ବାଲିଆପାଳ ବିଷ୍ଣୁପୁର ଗାଁ ରେ ହୋଇଥିବା ବେଳେ , କନିଆ ପୁରୀ ଜିଲ୍ଲା କାକଟ ପୁର୍ ର କିରଣ ବାଲା ନାୟକ ଅଟନ୍ତି । ଦୁହେଁ ଜନ୍ମ ରୁ ଦିବ୍ୟଙ୍ଗ ହୋଇଥିବା ବେଳେ ପାଟି ଖୋଲି ଦୁଇ ଜଣ କଥା ହୋଇ ପାରନ୍ତି ନାହିଁ। ଦୁହେଁ ଦିବ୍ୟଙ୍ଗ ହେଲେବି ଆଜି ଠାରରେ ଠାରରେ ଗଢିଛନ୍ତି ନୁଆଁ ଜୀବନ। ଆଉ ଗଢୁଛନ୍ତି ନୁଆ ସଂସାର। ଆଉ କରଣ ଙ୍କ ମଥାରେ ଲାଗିଛି ବାବୁଲିର ସିନ୍ଦୁର।

Leave a Reply

Your email address will not be published. Required fields are marked *