Pratidin TV

Odisha's Digital News Platform

ଉଡାଣ ଭରିବା ସମୟରେ ପରସ୍ପର ଧକ୍କା ହେଲା ୨ ହେଲିକପ୍ଟର , ୧୦ ମୃତ ।

1 min read

ଉଡାଣ ଭରିବାର କିଛି ମସୟ ମଧ୍ୟରେ ପରସ୍ପର ସହ ଧକ୍କା ହେଲା ନୈସେନାର ୨ହେଲିକପ୍ଟର । ଯେଉଁଥିରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଛି ।

ମଙ୍ଗଳବାର ସକାଳେ ମାଲେସିଆରେ ଏଭଳି ଏକ ଛାତିଥରା ଘଟଣା ଘଟିଯାଇଛି । ସେଠାରେ ଦୁଇଟି ନୈସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ରିପୋର୍ଟ ହୋଇଛି ଯେ ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ ନୈସେନାର କାର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟ ମଧ୍ୟରେ ଦୁହେଁ ପରସ୍ପର ସହ ଆକାଶରେ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ ହେଲିକପ୍ଟରରେ ଥିବା କ୍ରୁ ସଦସ୍ୟଙ୍କ ସହ ୧୦ ଜଣ ମୃତ୍ୟୁ ଘଟିଛି।

Advertisement

ମାଲେସିଆ ନୈସେନା ଅନୁଯାୟୀ ଏହି ଘଟଣା ଲୁମୁଟ୍ ନାଭାଲ୍ ବେସରେ ସକାଳ ପ୍ରାୟ ୯.୩୦ ସମୟରେ ଘଟିଥିଲା। ଦୁର୍ଘଟଣା ପରେ ସମସ୍ତ ମୃତକଙ୍କ ମୃତଦେହକୁ ଲୁମୁଟ୍ ଆର୍ମି ବେସ୍ ହସ୍ପିଟାଲକୁ ନିଆଯାଇଥିଲା। ଏଠାରେ ସେମାନଙ୍କର ପରିଚୟ ପରେ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ। ଖବର ଅନୁଯାୟୀ, ଗୋଟିଏ ହେଲିକପ୍ଟରର ରୋଟର୍ (ଫ୍ୟାନ୍) ଅନ୍ୟ ହେଲିକପ୍ଟର ସହିତ ମୁହାଁମୁହିଁ ହୋଇ ଦୁର୍ଘଟଣା ଘଟି ଷ୍ଟାଡିୟମ ତଳେ ପଡିଯାଇଥିଲା। ବର୍ତ୍ତମାନ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Leave a Reply

Your email address will not be published. Required fields are marked *