Pratidin TV

Odisha's Digital News Platform

ଯବାନଙ୍କ ଉନ୍ମତ୍ତ କାଣ୍ଡ : ସମାନ୍ୟ ଚିନି ପାଇଁ ଯୁବ ସମାଜସେବୀଙ୍କୁ ଛୁରୀରେ କଲେ ଆକ୍ରମଣ

1 min read

ଭଦ୍ରକ : ଯବାନଙ୍କ ଛୁରା ମାଡରେ ଜଣେ ଯୁବ ସମାଜସେବୀ ଗୁରୁତ୍ୱର ।ମାତ୍ର ୧୬ କିଲୋ ଚିନି ପାଇଁ ଦୁଇ ଜଣ ଭାରତୀୟ ଯବାନ ଓ ତାଙ୍କର ଜଣେ ସହଯୋଗୀ ମିଶି ଜଣେ ଯୁବକଙ୍କୁ ଛୁରାମାଡ କରିବା ସହ ମାଡ଼ ମାରୁଥିବା ସମୟରେ ରାସ୍ତାରୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସ୍ଥାନୀୟ ବାସିନ୍ଦା।

ସୁଚନା ଅନୁସାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଣିଜୋ ପଞ୍ଚାୟତରେ ଥିବା ଏକ ଶୈବ ପୀଠ ବାବା ଶିନ୍ଦୁକେଶ୍ଵରଙ୍କ ନିକଟରେ ପବିତ୍ର ଜାଗର ଯାତ୍ରା ଉପଲକ୍ଷେ ଦୁରଦୁରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ଦହି ସରବତ ଦେବାପାଇଁ ଅଣିଜୋ ପଞ୍ଚାୟତ ନରିପୁର ଗାଁର ରାମଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କର କିଛି ସହଯୋଗୀ ନିଷ୍ପତ୍ତି ନେଇଥିଲେ। କିନ୍ତୁ ରାମଚନ୍ଦ୍ର ପାଣିଗ୍ରାହୀଙ୍କୁ ବାଣିତିଆ ଗାଁର ଦୁଇ ଜଣ ଭାରତୀୟ ଯବାନ ହିତେଶ ପତି ଓ ମୁକ୍ତିକାନ୍ତ ପାଣିଗ୍ରାହୀ ଦୁଇ ବସ୍ତା ଚିନି ଦେବାପାଇଁ କହିଥିଲେ । ତେବେ ଜାଗର ଯାତ୍ରା ସରିବା ପରେ ଭାରତୀୟ ଯବାନ ଦେଇଥିବା ଦୁଇ ବସ୍ତା ଚିନିରୁ ୧୬ କିଲୋ ଚିନି ବଳିଥିଲା। ସେହି ୧୬ କିଲୋ ଚିନି ଫେରେବା ପାଇଁ ରାମଚନ୍ଦ୍ର ପାଣିଗ୍ରାହୀଙ୍କୁ କହିଥିଲେ। ଆଉ ୧୬କିଲୋ ଚିନି ବଳିଥିବା କଥା ରାମଚନ୍ଦ୍ର କହିଥିଲେ।

Advertisement

କୌଣସି କାରଣ ନ ଥାଇ ୨ଜଣ ଯବାନ ବାରମ୍ବାର ରାମଚନ୍ଦ୍ରଙ୍କୁ ଫୋନରେ ଗାଳିଗୁଲଜ କରିବା ସହ ମାରିବାରେ ଧମକ ଦେଇଥିଲେ। ତେବେ ଗତ କାଲି ରାତିରେ ରାମଚନ୍ଦ୍ର ବିରିଡି ରାସ୍ତାରେ ଏକା ଆସୁଥିବା ସମୟରେ ଦୁଇ ଭାରତୀୟ ଯବାନ ଓ ତାଙ୍କର ଆଉ ଜଣେ ସହଯୋଗୀ ରାମଚନ୍ଦ୍ର ଙ୍କୁ ଛୁରା ମାଡ଼ କରିବା ସହ ନିସ୍ତୁକ ମାଡ଼ ମାରୁଥିବା ସମୟରେ ସ୍ଥାନୀୟ ଲୋକେ ରାସ୍ତାରୁ ଉଦ୍ଧାର କରି ରମାକାନ୍ତଙ୍କୁ ଗୁରୁତ୍ଵର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତେବେ ରାମଚନ୍ଦ୍ର ଛୁରାମାଡ କରିଥିବା ନେଇ ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନରେ ଅଭିଯୋଗ କରିବା ସହ ଯବାନଙ୍କ ବିରୁଦ୍ଧାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *