Pratidin TV

Odisha's Digital News Platform

୩ ପିଲାଙ୍କ ଉପରେ କାର୍ ଚଢାଇଦେଲେ ବ୍ରିଜଭୂଷଣ ସିଂହଙ୍କ ପୁଅଙ୍କ କାର୍‌କେଡ୍ , ୨ ମୃତ

1 min read

ପିଲାଙ୍କ ଉପରେ ଚଢିଗଲା ବିଜେପି ପ୍ରାର୍ଥୀ ଏମପି ବ୍ରିଜଭୂଷଣ ଶରଣ ସିଂହଙ୍କ ପୁଅଙ୍କ କାର୍‌କେଡ୍ । ଘଟଣାସ୍ଥଳରେ ପ୍ରାଣ ହରାଇଲେ ୨ ପିଲା।ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ କରଣ ଭୂଷଣ ଶରଣ ସିଂହଙ୍କ କାର୍‌କେଡ୍ ଦୁର୍ଘଟଣାର ଶିକାର ହୋଇଛି।  ସୂଚନାନୁଯାୟୀ  କୈସରଗଞ୍ଜ ଆସନରୁ ବିଜେପିର ପ୍ରାର୍ଥୀ ଥିବା କରଣ ଭୂଷଣ ସିଂହ ହେଉଛନ୍ତି ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ପୁଅ। ସେ ଗୋଣ୍ଡା ଜିଲ୍ଲାରେ ର୍ନିବାଚନୀ ପ୍ରଚାର କରୁଥିଲେ। ଏହି ସମୟରେ ତାଙ୍କ କାରକେଡ୍ ରେ  ସାମିଲ ଥିବା ଫର୍ଚୁନର୍‌ କାର୍‌ ୩ ଜଣ କଲେଜ ଛାତ୍ରଙ୍କ ଉପରେ ମାଡି ଯାଇଥିଲା।

ଫଳରେ ଘଟଣାସ୍ଥଲରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କରଣଙ୍କ କାରକେଡ ବୈକୁଣ୍ଠ ଡିଗ୍ରୀ କଲେଜ ଦେଇ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି। କାରକେଡ ଯିବା ସମୟରେ କଲେଜର ତିନି ଜଣ ପିଲା ରାସ୍ତା ପାର୍‌ କରୁଥିଲେ। ଏତିକି ବେଳେ କାରକେଡ ଭିତରେ ଥିବା ଏକ ଫର୍ଚ୍ୟୁନର କାର୍‌ ତାଙ୍କ ଉପରେ ମାଡିଯାଇଥିଲା। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୁର୍ଘଟଣା ଘଟିବା ପରେ କରଣ ଅଟକି ନ ଥିଲେ। ଏପରିକି କି ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ପଚାରି ବୁଝି ନ ଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସ୍ଥିତି ଉପୁଜିଛି। ଦୁର୍ଘଟଣା ସମୟରେ କରଣ କାରକେଡରେ ଉପସ୍ଥିତ ଥିଲେ ନା ନାହିଁ ସେ ନେଇଁ ଯାଞ୍ଚ ଚାଲିଛି। ଅଭିଯୋଗ ଆଧାରରେ କର୍ଣ୍ଣେଲଗଞ୍ଜ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଦୁର୍ଘଟଣା ଘଟାଇଥିବା ଫର୍ଚୁନର କାରକୁ ଜବତ କରିବା ସହ ଏହାର ଡ୍ରାଇଭରକୁ ଅଟକ ରଖିଛି।

Advertisement

Leave a Reply

Your email address will not be published. Required fields are marked *