Pratidin TV

Odisha's Digital News Platform

ବର୍ଷ ସରିବାକୁ ଆସୁଥିବା ବେଳେ ଘଟି ଚାଲିଛି ଦୁର୍ଘଟଣା, ପୁଣି ଟ୍ରକକୁ ପିଟିଲା କାର, ଆଖିବୁଜିଲେ ୨

1 min read

ଗତକାଲି କେନ୍ଦୁଝର ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ରାଜଧାନୀ ଭୁବନେଶ୍ୱରର ପାହଳ ନିକଟରେ ଘଟିଲା ସଡକ ଦୁର୍ଘଟଣା । ଛିଡା ହୋଇଥିବା ଟ୍ରକକୁ ପଛରୁ ପିଟିଲା କାର । ଫଳରେ କାର ଭିତରେ ଥିବା ୨ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତି ଅର୍ଥାତ ପାଖାପାଖି ୨ଟାରୁ ୩ଟା ଭିତରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣା ପଡିଛି । ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାରଟି କଟକରୁ ଭୁବନେଶ୍ୱର ଯାଉଥିଲା ।

ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ଟ୍ରକ୍କୁ କାରଟି ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କାରରେ ଥିବା ତିନି ଜଣଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତରଖାନାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ଜଣେ ଗୁରୁତରଙ୍କ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

Advertisement

ମୃତାହତଙ୍କ ଘର ଜଣେ ଭଦ୍ରକ ଭଣ୍ଡାରି ପୋଖରି ବାବଲପୁର ସୁଶୀଲ କର ଆଉ ଜଣେ ଯାଜପୁର ଅମୂଲ୍ୟ ଦାସଙ୍କର ମୃତ୍ୟୁ ହୋଇଛି। ଗୁରୁତର ହେଇଥିବା ଜ୍ୟୋତି ପ୍ରକାଶ ନାୟକ ଏସସିବିରେ ଚିକିତ୍ସିତ ହେଉଛନ୍ତି ।ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଦୁର୍ଘଟଣାରେ କାରଟି ସର୍ମ୍ପୁଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । କାରରେ ଚାଳକ ସମେତ ୩ଜଣ ଥିଲେ । କେଉଁ କାରଣ ପାଇଁ ଦୁର୍ଘଟଣା ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି ।
ଡିସେମ୍ବର ୧ ଅର୍ଥାତ ଗତକାଲି ସମାନ ଘଟଣା କେନ୍ଦୁଝରରେ ଘଟିଥିଲା । ଭ୍ୟାନ ଟି ରାସ୍ତା କଡରେ ଥିବା ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଏଥିରେ ୮ଜଣଙ୍କମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *