Pratidin TV

Odisha's Digital News Platform

ଇଟା ଭାଟିରେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ…

ଇଟା ଭାଟିରେ ଅଘଟଣ । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ମାନପୁର ଗାଁରେ । ଇଟାଭାଟିରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ମଧ୍ୟରୁ ୩ ଜଣ ଶ୍ରମିକ ଗତକାଲି ରାତିରେ ଜେନେରେଟର ଲଗାଇ ଶୋଇଥିବା ବେଳେ ୨ ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଜଣାପଡିଛି । ଆଉ ଜଣେ ଗୁରୁତର ହୋଇ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ ଗତକାଲି ପଶ୍ଚିମବଙ୍ଗ ଇଟାଭାଟିରେ ବିସ୍ଫୋରଣ ଘଟି ୪ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଆଜି ଓଡିଶାରେ ଏଭଳି ଅଘଟଣ ଦେଖିବାକୁ ମିଳିଛି । ସେପଟେ ସୁଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଅଧିକ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *