Pratidin TV

Odisha's Digital News Platform

ବିଦ୍ୟୁତ୍ ତାର ଲାଗି ୨ ଶିଶୁ ମୃତ….

1 min read

ସୁବର୍ଣ୍ଣପୁର ; ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଲ ଅନ୍ତର୍ଗତ ସିଂହପାଲି ଗାଁ ନିକଟ ଜଙ୍ଗଲରେ ଅଘଟଣ । ବାରହା ଫାସ ନେଲା ଦୁଇ ନିରୀହ ଜୀବନ। ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଉଦ୍ଧାର ହୋଇଛନ୍ତି ।

ଉକ୍ତ ଦୁଇ ନାବାଳକ ସେମାନଙ୍କ ବଡବାପାଙ୍କ ସହିତ ଜଙ୍ଗଲ ନିକଟରେ ଥିବା କ୍ଷେତକୁ ଧାନ ଜଗିବାକୁ ରାତିରେ ଯାଇଥିଲେ ।ଫେରିବା ବେଳେ ବିଦ୍ୟୁତ୍ ତାର ଫାଶରେ ଲାଗି ଯାଇଥିଲେ । ମୃତ ଦୁଇ ନାବାଳକ ହେଲେ ହାତିଲିମୁଣ୍ଡା ଗାଁର ଜିତ୍ ଡୁଙ୍ଗ ଡୁଙ୍ଗ ଓ ରମେଶ, ଗୁରୁତର ବଡବାପା ହେଲେ ନବୀନ ଡୁଙ୍ଗ ଡ଼ୁଙ୍ଗ । ବାରମ୍ବାର ଏଭଳି ଅବାଧ ଜନ୍ତୁ ଶିକାର କରାଯାଉଥିବାବେଳେ ବନ ବିଭାଗ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *