Pratidin TV

Odisha's Digital News Platform

ରାଜଧାନୀରେ କଡା ସୁରକ୍ଷା ଭିତରେ ଚାଞ୍ଚଲ୍ୟ : ୨ ଜଣ ନାବାଳିକାଙ୍କୁ ଅପହରଣ କରି ରାତିସାରା ଗଣ ଦୁଷ୍କମ..

1 min read

ଭୁବନେଶ୍ୱର : ପୁଣି ରାଜଧାନୀରୁ ଲଜ୍ୟା । ୨ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ହକି ବିଶ୍ୱକପ୍ ସହ ଡଟ୍ ଫେଷ୍ଟ ପାଇଁ ଭୁବନେଶ୍ୱରର ରାସ୍ତା ଘାଟ ଗଳି କନ୍ଦିରେ ପୋଲିସ ପଇଁତରା ମାରୁଥିଲେ ମଧ୍ୟ ଗତକାଲି ରାତିରେ ଘଟିଯାଇଛି ଏଭଳି ଅଘଟଣ । ଛକ ଛକରେ କମିଶନରେଟ୍ ପୋଲିସ୍ ଯାଞ୍ଚ କରୁଛି । ତାସହ ରାତି ସାରା ପିସିଆର ଗାଡି ରାଜଧାନୀରେ ଘୂରିବୁଲିଛି ହେଲେ ତାର କଣ ପରିଣାମ ଏଇଆ ।

Advertisement

ସୂଚନାଯୋଗ୍ୟ ଯେ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ ନାବାଳିକା ପଟିଆ ରେଳ ଷ୍ଟେସନ ଯାଇଥିଲେ । ସେହି ସମୟରେ ୨ ଜଣ ଦୁର୍ବୁତ୍ତ ସେମାନଙ୍କୁ ଅପହରଣ କରିନେଇଥିଲେ । ଏହାପରେ ଦୁହିଁଙ୍କ ହାତଗୋଡ ମୁହଁ ବାନ୍ଦି ଦେଇ ସେମାନଙ୍କୁ ପଟିଆ ଓଭରବ୍ରିଜ୍ ଉପରକୁ ନେଇଯାଇଥିଲେ । ଏହାପରେ ଦୁଇ ନାବାଳିକାଙ୍କୁ ଦୁର୍ବୁତ୍ତ ରାତିସାରା ଗଣ ଦୁଷ୍କର୍ମ କରିଥିଲେ । ନାବଳିକା ଦୁଇ ଜଣଙ୍କର ବୟସ ୧୨ ଏବଂ ୧୪ ବର୍ଷ । ରାତିସାରା ଦୁଷ୍କର୍ମ କାଲ ପରେ ଦୁର୍ବୁତ୍ତ ୨ ଜଣ ସକାଳୁ ନାବାଳିକାଙ୍କୁ ଛାଡିଥିଲେ । ଯଦି ଦୁଇ ନାବାଳିକା କାହା ଆଗରେ ଏସବୁ ବିଷୟରେ କୁହନ୍ତି ତେବେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ।

ସକାଳୁ ନାବାଳିକା ଦୁଇଜଣ ଘରକୁ ଫେରି ପରିବାରକୁ ସବୁ ଘଟଣା ବିଷୟରେ ଜଣାଇଥିଲେ । ତେବେ ନାବାଳିକାଙ୍କ କହିବା ଅନୁଯାୟୀ ୨ ଦୁର୍ବୁତ୍ତ ସେହି ଅଞ୍ଚଳର ଅଟନ୍ତି । ଏବଂ ତାଙ୍କ ପରିବାର ସେହି ଦୁଇଜଣ ଦୁବୁର୍ତ୍ତଙ୍କୁ ଭଲଭାରେ ଜଣିଛନ୍ତି । ଏହାପରେ ପୀଡିତାଙ୍କ ପରିବାରଲୋକେ ସେହି ୨ ଜଣ ଦୁବ୍ରୁତ୍ତଙ୍କୁ ଭେଟି ସପୃକ୍ତ ଘଟଣା ବାବଦରେ ପଚାରିବାରୁ ସେମାନେ ପୀଡିତାଙ୍କ ପରିବାରକୁ ଟଙ୍କା ନେଇ ମୁହଁ ଚୁପ୍ ରଖିବାକୁ ଧମକାଇଥିଲେ । ପରିବାରଲୋକେ ସେଠାରେ କିଛି ପାଟିତୁଣ୍ଡ ନକରି ସିଧା ଘରକୁ ଆସି ଚାଇଲ୍‌ଡଲାଇନ୍‌କୁ ଖବର ଦେବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଏନେଇ ଚାଇଲ୍‌ଡଲାଇନର ଡାଇରେକ୍ଟର ବେଣୁଧର ସେନାପତି ସପୃକ୍ତ ପୀଡିତାଙ୍କୁ ଉଦ୍ଧାର କରି ଚାଇଲଡ୍‌ଲାଇନ ସେଣ୍ଟରକୁ ଆଣିଥିଲେ । ଏହାସହ ଇନଫୋସିଟି ଥାନା ଏବଂ ଭୁବନେଶ୍ୱର ଡିସିପିଙ୍କୁ ଖବର ଦେଇଛନ୍ତି ବେଣୁଧର । ଅଭିଯୋଗକୁ ଆଧାର କରି ପୋଲିସ ୨ ପୀଡିତାଙ୍କ ବୟାନକୁ ରେକର୍ଡ କରିଛି ।

Leave a Reply

Your email address will not be published. Required fields are marked *