ମହିଳା ବାଚସ୍ପତିଙ୍କୁ ଅସମ୍ମାନ କଲେ ୨ ବିଧାୟକ ; ଜନଜାତି ଓ ଅନୁସୂଚିତ ଜାତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
1 min readକଟକ : ବିଧାନସଭାରେ ବିଜେପି ବିଧାୟକଙ୍କ ବାଚସ୍ପତିଙ୍କୁ ଅସମ୍ମାନ । ଏ କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ମହିଳା ମାନେ। ତେବେ ଏହି ଅପମାନ କୁ ବିରୋଧ କରି କଟକ ଜନଜାତି ଓ ଅନୁସୂଚିତ ଜାତି ପକ୍ଷରୁ ବିକ୍ଷୋଭ ଓ ଶୋଭାଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’ ମାନଙ୍କୁ ସଶକ୍ତ କରିବାକୁ ବହୁବିଧ ଯୋଜନା କରୁଛନ୍ତି । ସେହି ମା’ ମାନଙ୍କୁ ଆଗକୁ ଆଣିବାକୁ ପ୍ରଥମେ ଜଣେ ମହିଳାଙ୍କୁ ବାଚସ୍ପତି ଆସନରେ ବସାଇଲେ, ଯାହାକୁ ସହି ପାରୁନି ବିଜେପି ।
ଗତ ଗୁରୁବାର ବିଧାନସଭାରେ ବିଜେପିର ଦୁଇ ବିଧାୟକ ମୋହନ ମାଝି ଓ ମୁକେଶ ମହାଲିଙ୍ଗ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଅସମ୍ମାନ ପ୍ରଦର୍ଶନ କରିବା ସମଗ୍ର ନାରୀ ଜାତି ପାଇଁ ଘୋର ଲଜ୍ଜାର ବିଷୟ । ଯାହାକୁ ନେଇ ରାଜ୍ୟବ୍ୟାପି ମହିଳାମାନଙ୍କ ମଧ୍ୟରେ ପ୍ରତିକ୍ରୀୟା ପ୍ରକାଶ ପାଇଛି ।
ଏନେଇ ଆଜି ପୂର୍ବାହ୍ନରେ ଜନଜାତି ଓ ଅନୁସୂଚିତ ଜାତି ତରଫରୁ ଏକ ଶୋଭାଯାତ୍ରାରେ ମହିଳାମାନେ ହାତରେ ପ୍ଲା କାର୍ଡ ଧରି ବିଜେପି ସରକାର ଡାଉନ୍ ଡାଉନ୍, ବିଜେପି ସରକାର ମା’ ମାନଙ୍କ ପ୍ରତି ହୀନ ବ୍ୟବହାର ଚଳିବ ନାହିଁ, ମା’ ମାନଙ୍କୁ ଅସମ୍ମାନ ଚଳିବ ନାହିଁ ଆଦି ନାରା ଦେଇଥିଲେ ।ଶେଷରେ କଟକ ଜଊଉ ଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।