ଝାରସୁଗୁଡାରୁ ଇଣ୍ଡିଗୋ ଉଡାଇବ ୨ଟି ବିମାନ, ଗୋଟେ କୋଲକାତା ଆଉ ଗୋଟେ ବେଙ୍ଗାଲୁରୁ. ଜାଣନ୍ତୁ ଏହାର ସମୟ..
1 min readଓଡିଶାବାସୀଙ୍କ ପାଇଁ ଆସିଲା ଖୁସି ଖବର । ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିରେ ଖାସ କରି ପଶ୍ଚିମ ଓଡିଶାବାସୀ ବେଶ ଲାଭ ପାଇବେ । କାରଣ ଝାରସୁଗୁଡାରୁ ଉଡିବ ଆଉ ୨ ବିମାନ। ନଭେମ୍ବରରୁ ଇଣ୍ଡିଗୋ ଝାରସୁଗୁଡାରୁ ଆରମ୍ଭ କରିବ ବିମାନ ସେବା । ନଭେମ୍ବର ୫ ତାରିଖରୁ କୋଲକାତା ଓ ଝାରସୁଗୁଡା ମଧ୍ୟରେ ଇଣ୍ଡିଗୋର ବିମାନ ସେବା ଆରମ୍ଭ ହେବ । ସେହିପରି ନଭେମ୍ବର ୧୫ ତାରିଖରୁ ଝାରସୁଗୁଡା ଓ ବେଙ୍ଗାଲୁରୁ ମଧ୍ୟରେ ଇଣ୍ଡିଗୋ ବିମାନ ଚଳାଚଳ କରିବ। ଏ ନେଇ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦ୍ଦେଶକ ଏବଂ ଇଣ୍ଡିଗୋ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ବିମାନଟି କୋଲକାତାରୁ ସନ୍ଧ୍ୟା ୫ଟା ୫୦ ମିନିଟରେ ବାହାରି ୭ଟା ୨୫ରେ ଝାରସୁଗୁଡାରେ ପହଞ୍ଚିବ ଏବଂ ଝାରସୁଗୁଡାରୁ ୭ଟା ୫୫ରେ ବାହାରି ପୁଣି ଯାଇ ରାତି ୯ଟା ୨୦ରେ କୋଲକାତାରେ ପହଞ୍ଚିବ। ବେଙ୍ଗାଲୁରୁରୁ ସକାଳ ୧୦ଟା ୧୫ରେ ବାହାରି ଦିନ ୧୨ଟା ୨୦ରେ ଝାରୁସୁଗୁଡା ଆସୁଥିବା ବେଳେ ଦିନ ୧୨ଟା ୫୦ରେ ବାହାରି ପୁଣି ଯାଇ ଦିନ ୨ଟା ୫୫ରେ ବେଙ୍ଗାଲୁରୁରେ ପହଞ୍ଚିବ ।