Pratidin TV

Odisha's Digital News Platform

ପୁଣି ମୁହାଁମୁହିଁ ହେଲେ ନକ୍ସଲ ଯବାନ , ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ..

1 min read

ପୁଣି ମୁହାଁମୁହିଁ ହେଲେ ନକ୍ସଲ ଯବାନ । ଛତିଶଗଡରେ ଦାନ୍ତେୱେଡା –ବିଜାପୁର ସୀମାନ୍ତ ଜଙ୍ଗଲରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନରେ ଯବାନଙ୍କୁ ମିଳିଛି ସଫଳତା । ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଦୁଇ ଯବାନ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଯବାନଙ୍କୁ ଏୟାରଲିଫ୍ଟ କରାଯାଇଛି ।

ଛତିଶଗଡରେ ନକ୍ସଲ ମାନଙ୍କ ସୂଚନା ପାଇ ସ୍ଥାନୀୟ ପୋଲିସ, କେନ୍ଦ୍ରୀୟ ଫୋର୍ସର ମିଳିତ ଟିମ୍ କୁମ୍ବିଂ ଅପରେସନ ଜାରୀ କରିଥିଲେ । ଏହାପରେ ଯବାନ ଏବଂ ନକ୍ସଲ ମାନଙ୍କ ମଧ୍ୟରେ ଗୁଲିବିନିମୟ ହୋଇଥିଲା । ଏହି ଗୁଳି ବିନିମୟରେ ଦୁଇ ନକ୍ସଲ ପ୍ରାଣ ହରାଇଥିବା ବେଳେ ଦୁଇ ଯବାନ ଆହାତ ହୋଇଛନ୍ତି । ଏହାପରେ ନକ୍ସଲ ମାନଙ୍କ ମୃତ ଦେହ ଉଦ୍ଧାର କରିବା ସହ ଦୁଇ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ଅନ୍ୟ କିଛି ମାଓସାମଗ୍ରୀ ମଧ୍ୟ ଜବତ ହୋଇଛି । ଏବେ ମଧ୍ୟ ୩ ଜିଲ୍ଲାର ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ମିଳିତ ଅପରେସନ ଜାରି ରଖିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *