Pratidin TV

Odisha's Digital News Platform

ପୁଣି ଓଡିଆଙ୍କୁ ଚୂନ ଲଗାଇଲେ ଅଣଓଡିଆ , ଲୁଟିନେଲେ ୪ କୋଟି

ଭୁବନେଶ୍ୱର : ପୁଣି ଓଡ଼ିଆ ଙ୍କୁ ଚୂନ ଲଗେଇଲେ ଅଣଓଡ଼ିଆ । ବିଭିନ୍ନ ସମୟରେ ରାଜଧାନୀ ରେ ଅଣଓଡ଼ିଆ ଙ୍କ ଆତଙ୍କ ବଢ଼ି ଚାଲିଥିବା ଖବର ସାମ୍ନାକୁ ଆସିଛି। କେତେବେଳେ ରଙ୍ଗ ମରା ଦଳ ତ ଆଉ କେତେବେଳେ ନକଲି ମହୁ ଓ ରାସ୍ତା ରେ ପେନ୍ ବିକ୍ରି ଆଳରେ ଭିକ୍ଷା ବୃତ୍ତି। କିନ୍ତୁ ଏ ଦୁଇ ଅଣଓଡିଆ ଭାଇ ସେମାନଙ୍କ ଠାରୁ ଠକେଇ ରେ ପୁରା ଅଲଗା । ରାଜଧାନୀରେ ପ୍ରାୟ ୪୦ ଲୋକଙ୍କୁ ବୋକା ବନାଇ ଲୁଟିନେଇଛନ୍ତି ୪ କୋଟି ।

ସୂଚନା ଅନୁଯାୟୀ ମହାରାଷ୍ଟ୍ରରୁ ରାଜଧାନୀ ଆସି ଅନେକ ଓଡିଆଙ୍କୁ ଠକିଛନ୍ତି ଏହି ୨ ଶାହା ବ୍ରଦର୍ସ । ଲକ୍ଷେ କିମ୍ବା ଦୁଇ ଲକ୍ଷ ନୁହେଁ, ରାଜଧାନୀରେ ଚୁନା ଲଗାଇଛନ୍ତି ପାଖାପାଖି ୪ କୋଟି ଟଙ୍କା । ଲୋକଙ୍କୁ ବିଭିନ୍ନ ଡିଲ୍ , ସିସିଟିଭି ମରାମତି ଏଭଳି ଅନେକ ଆଳରେ ଲୋକଙ୍କୁ ଚୂନ ଲଗାଇଛନ୍ତି ୨ ଅଣଓଡିଆ ଭାଇ । ଏହି ଦୁଇ ଭାଇଙ୍କ ନାଁ ହେଉଛି ସନ୍ଦୀପ ଶରଦ ଶାହା ଓ ସଚିନ ଶରଦ ଶାହା । ଲଜ,ମଣ୍ଡପରେ ବୁକିଂ କରେଇଦେବା ସହ ଅପାର୍ଟମେଣ୍ଟ କିଣାବିକାକୁ ନେଇ ମଦ୍ୟ ଅନେକ ଲୋକଙ୍କୁ ଠକିଦେଇଛନ୍ତି ଏହି ଦୁଇ ଭାଇ ।

ଏହାସହ ସିସିଟିଭି ଲଗାଇବା ଆଳରେ ବିଭିନ୍ନ ଡିଲର ପଏଣ୍ଟ ରୁ କୋଟିକୋଟି ଟଙ୍କା ଠକି ନେଇଛନ୍ତି ଏହି ଫ୍ରଡ଼ ବ୍ରଦର୍ସ । ନିଟ ପରୀକ୍ଷା ବେଳେ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ କହି କୋଟି କୋଟି ଟଙ୍କା ଚଳୁ କରିଥିଲେ ଶାହା ବ୍ରଦର୍ସ । ଡିଲର ପଏଣ୍ଟକୁ ଦେଇଥିବା କୋଟି କୋଟି ଟଙ୍କାର ଚେକ ମଧ୍ୟ ବାଉଁସ୍ ହୋଇଛି । ଚେକି ବାଉଁସ ହେବା ପରେ ୪୦ ରୁ ଉର୍ଦ୍ଧ୍ବ ଡିଲର ଖଣ୍ଡଗିରି ଥାନାର ଦ୍ୱାରସ୍ତ ହୋଇ ଅଭିଯୋଗ କରିଛନ୍ତି ସେହି ୨ ଭାଇଙ୍କ ନାରେ ।

ସେହିଭଳି ବର୍ତ୍ତମାନ ଦୁଇ ଭାଇ ରହୁଥିବା ରାଜଧାନୀର ଖଣ୍ଡଗିରି ସ୍ଥିତ ଘରୁ ଫେରାର୍ ହୋଇଯାଇଛନ୍ତି । ଏନେଇ ପୋଲିସ ଠକାମିର ଶିକାର ହୋଇଥିବା ଲୋକଙ୍କ ବୟାନ ରେକର୍ଡ କରି ୨ ଭାଇ ଙ୍କୁ ଶୀଘ୍ରାଦି ଶୀଘ୍ର ଧରାପକାଇବା ନେଇ ତଦନ୍ତ ଚଲାଇଛି ।

Leave a Reply

Your email address will not be published. Required fields are marked *