Pratidin TV

Odisha's Digital News Platform

ବନ୍ୟାଜଳରେ କାର ସହ ଭାସିଗଲେ ୨ ଯାତ୍ରୀ , ଉଦ୍ଧାର କଲା ଅଗ୍ନିଶମ ବାହିନୀ

1 min read

ପାରାଦ୍ୱୀପ : ବନ୍ୟାଜଳରେ ଭାସିଗଲା କାର, ନଦୀ ମଧ୍ୟରୁ ଉଦ୍ଧାର ହେଲେ ଦୁଇ କାର ଯାତ୍ରୀ। ପ୍ରାୟ ୧୦୦ ମିଟର ଭାସିଗଲା ପରେ ଗୋଟେ ସାହାଡ଼ା ଗଛରେ ଲାଗିଥିଲା କାର୍ ।

ସୂଚନ। ଅନୁଯାୟୀ ଆଜି ଦିନ ପ୍ରାୟ ୩ ଟା ବେଳେ ରାହାମା ହରିପୁର ରାସ୍ତା ମହାନଦୀ ପଠା ଗଳି ନଇ ବନ୍ୟାଜଳରେ ଭାସିଯାଇଥିବା ଦୁଇଜଣ କାର ଯାତ୍ରୀଙ୍କୁ ଉଦ୍ଧାର କଲେ ତିର୍ତ୍ତୋଲ ଅଗ୍ନିଶମ ବାହିନୀ।ବନ୍ୟାଜଳରେ କାର ଭାସୁଥିବା ବେଳେ ବିପଦ ସଂକୁଳ ଅବସ୍ଥାରେ ଜୀବନ ବଞ୍ଚାଇବା ପାଇଁ ଗାଡି ଉପରେ ଚଢି ଚିତ୍କାର କରୁଥିବା ଲୋକମାନେ ଶୁଣି ପୋଲିସ ଓ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ଦୁଇ କାର ଯାତ୍ରୀ ହେଲେ ଢ଼ିଙ୍କିଆ ଅଞ୍ଚଳର ରଶ୍ମିରଞ୍ଜନ ସ୍ୱାଇଁ ଓ ପାଟକୁରା ଅଞ୍ଚଳର ପୁଷ୍ପକାନ୍ତ ମହାନ୍ତି।

ବନ୍ୟାଜଳରେ ଭାସୁଥିବା କାର OD 05AY 0061 ନମ୍ବର ଧଳା ରଙ୍ଗର ଭେନୁ କାର ବୋଲି ଜଣାପଡିଛି ।ମହାନଦୀ ପଠା ହରିପୁର ରାସ୍ତା ଗଳିନଇ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ବିପଦସଙ୍କୁଳ ଅବସ୍ଥାରେ ମଦ କାଉଣ୍ଟରକୁ ଯାଉଥିବା ବେଳେ ଭାସିଯାଇ ଥିଲା କାର।ବନ୍ୟାଜଳରୁ ଉଦ୍ଧାର ଦୁଇ କାରଯାତ୍ରୀଙ୍କୁ ତିର୍ତ୍ତୋଲ ପୋଲିସ ନେଇ ପ୍ରାଥମିକ ଚିକିତ୍ସା ପରେ ଥାନାରେ ଅଟକ ରଖିଥିବା ସୁଚନା ମିଳିଛି।

Leave a Reply

Your email address will not be published. Required fields are marked *