Pratidin TV

Odisha's Digital News Platform

(video)ବାୟୁସେନା ଟ୍ରେନିଂ ବେଳେ ଦୁର୍ଘଟଣା , ବିମାନ ସହ ଜଳିଗଲେ ୨ ପାଇଲଟ୍ …

1 min read

ତେଲେଙ୍ଗାନା ; ତେଲେଙ୍ଗାନାର ମେଡକ ଜିଲ୍ଲାରେ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଆଜି ଦୁଇ ଭାରତୀୟ ବାୟୁସେନା ପାଇଲଟଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ ପାଇଲଟ୍ ଟ୍ରେନର ବିମାନଟିକୁ ଚଳାଉଥିଲେ । ସେହି ସମୟରେ ଦୁର୍ଘଟଣା ଘଟି ଦୁଇ ଭାରତୀୟ ବାୟୁସେନା IAF ପାଇଲଟଙ୍କ ମୃତ୍ୟୁ ଘଟିଛି ।

ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାପରେ ଜଣେ ପ୍ରଶିକ୍ଷକ ଏବଂ ଜଣେ ପ୍ରଶିକ୍ଷାର୍ଥୀ ପାଇଲଟ୍ ଥିଲେ ଏବଂ ଉଭୟଙ୍କର ମୃତ୍ୟୁ ଘଟିଛି ବୋଲି ବାୟୁସେନା ଟୁଇଟ୍ ଯୋଗେ ସୂଚନା ଦେଇଛି । ଭାରତୀୟ ବାୟୁସେନା ଏକ୍ସ (x) ରେ କହିଛନ୍ତି, “ଏକ ପାଇଲଟସ୍ PC 7 Mk II ବିମାନ ଆଜି ସକାଳେ ହାଇଦ୍ରାବାଦର AFAରୁ ଏକ ରୁଟିନ୍ ଟ୍ରେନିଂ ସର୍ଟ ସମୟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

Advertisement

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାଇଲଟଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, “ହାଇଦ୍ରାବାଦ ନିକଟରେ ହୋଇଥିବା ଏହି ଦୁର୍ଘଟଣାରେ ଦୁଃଖିତ। ଦୁଇ ପାଇଲଟ ପ୍ରାଣ ହରାଇଥିବାରୁ ଏହା ଅତ୍ୟନ୍ତ ଦୁଖଦାୟକ। ଏହି ଦୁଃଖଦ ସମୟରେ ମୁଁ ଶୋକସନ୍ତପ୍ତ ପରିବାର ସହ ଅଛି।”

Leave a Reply

Your email address will not be published. Required fields are marked *