Pratidin TV

Odisha's Digital News Platform

ଆସିଲା ବଡ ଖବର , ମେ ୨୬ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ଫଳାଫଳ ..

1 min read

ଆସନ୍ତା ୨୬ ତାରିଖ ଅପରାହ୍ନ ସମୟରେ ପ୍ରକାଶ ପାଇବ ଯୁକ୍ତ ଦୁଇ ଫଳାଫଳ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ଆସିବ ଫଳାଫଳ । ଏନେଇ ସିଏଚଏସଇ ପକ୍ଷରୁ ଆଜି ସୂଚନା ଦିଆଯାଇଛି ।

www.orissaresults.nic.in ଅଫିସିଆଲ ୱେବସାଇଟ୍ ଲଗଇନ କରି ଛାତ୍ର ଛାତ୍ରୀ ମାନେ ତାଙ୍କର ରେଜଲ୍ଟ ଦେଖିପାରିବେ । ନିଜର ରୋଲ ନମ୍ୱର ପ୍ରଦାନ କରିବା ପରେ ରେଜଲ୍ଟ ସମ୍ପର୍କରେ ଜାଣିପାରିବେ । ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ଶେଷ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା । ଚଳିତ ବର୍ଷ ମୋଟ ୩୮୬୨୫୦ ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *