Pratidin TV

Odisha's Digital News Platform

ବସ୍ ଧକ୍କାରେ ୨ ସ୍କୁଟି ଚାଳକଙ୍କ ମୃତ୍ୟୁ ।

ଗଞ୍ଜାମ ; କୋଟିନଡା ଥାନା ଡିପଲ ସ୍କୁଲ ନିକଟରେ ଭୋର ସମୟରୁ ଦୀପକ ନାମକ ଯାତ୍ରୀ ବାହି ବସ ସହ ସ୍କୁଟି ଧକ୍କା ହୋଇଛି । ଫଳରେ ଘଟଣା ସ୍ଥଳରେ ଦୁଇ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି । ଦୁଇ ମୃତକ ହେଲେ ଘୋଷାଣୀ ନୁଆଁ ଗାଁ ଅଞ୍ଚଳ ର କୁନାଲ ସାହୁ, କେ ରାଜେଶ । ଖବର ପାଇ ପୋଲିସ ପଂହଁଚି ମୃତ ଦେହକୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣା ପଡିଛି। ଯାତ୍ରୀ ବାହି ବସ ଟି ଆସିକା ରୁ ଭୁବନେଶ୍ୱର ଯାଉଥିବା ବେଳେ କଲେଜ ଛକ ଅଞ୍ଚଳ ରୁ ସ୍କୁଟି ଯୋଗେ ୨ ଯୁବକ ଆସୁଥିବା ବେଳେ ଦୁର୍ଘଟଣା ଘଟି ଥିବା ଜଣା ପଡିଛି ।

ବସ୍ ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସ୍କୁଟିଟି ଚୁରମାର ହୋଇଯାଇଛି। ତେବେ ବସ୍ରେ ଥିବା ଯାତ୍ରୀମାନଙ୍କର କିଛି ହୋଇନାହିଁ। କୋଟିନଡ଼ା ପୁଲିସ୍ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ତା’ ସହିତ ପୁଲିସ୍ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *