Pratidin TV

Odisha's Digital News Platform

ମାଙ୍କ ଅଭିଯୋଗ ସାଜିଲା ପ୍ରେରଣ, ବର୍ଷକୁ ରୋଜଗାର କଲେ ୮ କୋଟି

1 min read

ନୂଆଦିଲ୍ଲୀ : ଯଶୋଦା କରୁତୁରୀ ଏବଂ ରିୟା କରୁତୁରୀ ଦୁଇ ସୁଗନ୍ଧିତ ନାମ । ଦୁହେଁ ଭଉଣୀ ସେମାନଙ୍କର କମ୍ପାନୀ ହୁଭୁ ଫ୍ରେଶକୁ ତିନି ବର୍ଷ ମଧ୍ୟରେ ଫୁଲ ଇଣ୍ଡଷ୍ଟ୍ରିରେ ଏକ ବଡ଼ ବ୍ରାଣ୍ଡ କରିବାରେ ସଫଳ ହୋଇଛନ୍ତି । ୧୦ ଲକ୍ଷରୁ ଆରମ୍ଭ ହୋଇଥିବା ଏହି ବ୍ୟବସାୟକୁ ବର୍ତ୍ତମାନ କୋଟିଏରେ ଟର୍ଣ୍ଣଓଭର କରିଛନ୍ତି । ରିୟା କହିଛନ୍ତି ଯେ ତାଙ୍କ ମା ଅଭିଯୋଗ କରୁଥିଲେ ଯେ ଦେଶର ଫୁଲ ରାଜଧାନୀ ବେଙ୍ଗାଲୁରୁରେ ରହୁଥିଲେ ମଧ୍ୟ ଠିକ୍ ସମୟରେ ଫୁଲ ଉପଲବ୍ଧ ହୁଏ ନାହିଁ। ଏପରିକି ଫୁଲଗୁଡ଼ିକ ସତେଜ ନୁହେଁ ।ଯେଉଁ କଥା ତାଙ୍କୁ ଫୁଲ ବିଜନେସ କରିବା ପାଇଁ ଆଗକୁ ନେଇଥିଲା । ତେଣୁ ସେ ଫୁଲ ବିଜନେଓ କରିବାକୁ ମନସ୍ତ କଲେ ।

Advertisement

ପ୍ରଥମେ ‘ରୋଜ ମାର୍କେଟ’ ଆରମ୍ଭ ହେଲା, ଯାହା ପରେ ହୁଭୁ ଫ୍ରେଶର ରେ ସାରା ଦେଶରେ ନାମ ପାଇଲା ।ରିୟାଙ୍କ ପିତା ରାମକୃଷ୍ଣନ୍ ଆଥିସ୍ ଆବାବା, ଇଥିଓପିଆ ଏବଂ କେନିଆର ନାକୁରୁରେ ବିଶ୍ୱର ସର୍ବବୃହତ ଗୋଲାପ ଚାଷ କରୁଥିଲେ। ୧୯୯୪ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ। କମ୍ପାନୀର ସହ-ପ୍ରତିଷ୍ଠାତା ରିୟା କହିଛନ୍ତି ଯେତେବେଳେ ହୁଭୁ ଫ୍ରେସ୍ ଆରମ୍ଭ କରିଥିଲୁ, ଏହି ଶିଳ୍ପରେ ଯୋଗଦେବା ପାଇଁ ମହିଳାମାନଙ୍କୁ ସଶକ୍ତ କରିବା ଉପରେ ଧ୍ୟାନ ଦିଆଯାଇଥିଲା ଯେତେବେଳେ କମ୍ପାନୀ ଆରମ୍ଭ ହେଲା, ସେଠାରେ ୨୫ ଜଣ ମହିଳା ଥିଲେ, କିନ୍ତୁ ଆଜି ସେମାନଙ୍କ ସଂଖ୍ୟା ବହୁଗୁଣିତ ହୋଇଛି । ରୋଜଗାର ହେତୁ ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆସିଛି । ସେମାନଙ୍କର ପିଲାମାନେ ଭଲ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି ।

ଯଶୋଦା କହିଛନ୍ତି ଯେ ପ୍ରତି ମାସରେ ୧.୫ ଲକ୍ଷରୁ ଅଧିକ ଅର୍ଡର ଗ୍ରହଣ କରାଯାଏ। ବାଙ୍ଗାଲୋର, ହାଇଦ୍ରାବାଦ, ଚେନ୍ନାଇ, ମାଇସୋର, ପୁଣେ, ମୁମ୍ବାଇ, ଗୁରୁଗ୍ରାମ, ନୋଏଡା ଇତ୍ୟାଦିରୁ ଅର୍ଡ଼ର ଆସିଥାଏ । ବିଶେଷ କଥା ହେଉଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ମାସିକ ସବସ୍କ୍ରିପସନ୍ ସହିତ ଗ୍ରାହକ ଅଟନ୍ତି । ମୁଲ୍ୟ ମଧ୍ୟ ବହୁତ କମ୍ ୨୫ ଟଙ୍କାର ଫୁମ୍ପ୍ୟାକେଟ୍‌ଅନେକ ପ୍ରକାରର ଫୁଲ ଅଛି । ଫୁଲଗୁଡିକ ଏପରି ଭାବରେ ପ୍ୟାକେଜ୍ ହୋଇଛି ଯେ ସେମାନେ ଦୁଇ ସପ୍ତାହ ପର‌୍ୟ୍ୟୟନ୍ତ ସତେଜ ରହିଥା’ନ୍ତି । ଏହି ପ୍ୟାକେଟଗୁଡ଼ିକ ମଧ୍ୟ ଇକୋ ଫ୍ରେଣ୍ଡଲି ଯାହା ସହଜରେ କ୍ଷୟ ହୋଇପାରେ । କମ୍ପାନୀରେ ଫୁଲରୁ ଧୂପକାଠି ତିଆରି କରେ । ସେଗୁଡ଼ିକ ସଂପୂର୍ଣ୍ଣ ଜୌବିକ । ସେଥିରେ ଅଙ୍ଗାର କିମ୍ବା ରାସାୟନିକ ପଦାର୍ଥ ନାହିଁ ।

Leave a Reply

Your email address will not be published. Required fields are marked *