Pratidin TV

Odisha's Digital News Platform

୨ ରାକ୍ଷସ ପୁଅ , ଜନ୍ମ କଲା ମାର ଜୀବନ ନେଇଗଲେ ।

1 min read

କଟକ : ବିଶ୍ୱାସ ନହେଲେବି ଏମିତି ଘଟଣା ଯାହା ଦେଶ ବାହରୁ ସାମ୍ନାକୁ ଆସୁଥିଲା ତାହା ଏବେ ଓଡିଶାରେ ଦେଖିବାକୁ ମିଳୁଛି । ନିଜର ସ୍ୱାର୍ଥ ପାଇଁ ରାକ୍ଷସ ସାଜୁଛି ମଣିଷ । ଶେଷରେ ନିଜ ଜନ୍ମକଲା ମାକୁ ଛାଡିଲାଣି ପୁଅ । ଛୁରରେ ଭୂଷି ନେଇଗଲା ମାର ଜୀବନ । ଏମିତି ଏକ ବିଭତ୍ସ ହତ୍ୟାକାଣ୍ଡ କଟକ ରୁ ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ ମହାନଦୀ ବିହାର ସେକ୍ଟର-୨, ୪୭ନମ୍ବର ୱାର୍ଡ ବ୍ରହ୍ମାନନ୍ଦ ଛକ ନିକଟରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ଦୁଇ ପୁଅ ମିଶି ମାଆ କୁ ମାରିଦେଇ ଥିବା ସନ୍ଦେହ କରୁଛି ପୋଲିସ । ଦୁଇ ପୁଅ ଫେରାର ଅଛନ୍ତି । ତେବେ ମୃତ ମହିଳାଙ୍କ ନାମ ଅନିମା ମହାନ୍ତି ବୟସ ୮୦ବର୍ଷ ହେବ ବୋଲି ଅନୁମାନ କରାଯାଇଛି ଏବଂ ଦୁଇ ପୁଅ ଅଂଶୁମାନ ମହାନ୍ତି ଓ ଅନୁରାଗ ମହାନ୍ତି ଫେରାର ଥିବା ଜଣାପଡିଛି ।

ପଡୋଶୀଙ୍କ ଠାରୁ ଖବର ପାଇଁ ଘଟଣା ସ୍ଥଳରେ ଚାଉଳିଆଗଞ୍ଜ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ ଏବଂ ଜୋନ-୫ ଏସିପି କୃଷ୍ଣ ଚନ୍ଦ୍ର ସେଠି ପହଞ୍ଚି ଘଟଣାସ୍ଥଳରେ ସ୍ଥିତି ପରଖିବା ସହ ଅନୁସନ୍ଧାନ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *