Pratidin TV

Odisha's Digital News Platform

କୋରିଆନ ଡ୍ରାମା ନେଲା ଦୁଇ ଛାତ୍ରଙ୍କ ଜୀବନ , ସର୍ବ ସମ୍ମୁଖରେ ଘଟିଗଲା ଏଭଳି ଘଟଣା..

1 min read

ସିଓଲ : ଆଜିକାଲିର ଯୁବପିଢିଙ୍କ ପ୍ରଥମ ପସନ୍ଦ ହେଉଛି କେ-ଡ୍ରାମା ବା କୋରିଆନ ଡ୍ରାମା । ବର୍ତ୍ତମାନ ଓଲିଉଡ୍‌,ବଲିଉଡ୍ ଏବଂ ଟଲିଉଡ୍‌କୁ ପଛରେ ପକାଇ ଦେଇଛି କୋରିଅନ୍‌ର ସବୁ ଡ୍ରାମା ତଥା ଫିଲ୍ମ ଗୁଡିକ । ଲୋକମାନେ ଏବେ ହିନ୍ଦି ଓଡିଆର ଶାଶୁ ବୋହୁ ଡ୍ରାମା ଅପେକ୍ଷା କୋରିଆର ସତ ଘଟଣା ଉପରେ ଆଧାରିତ କାହାଣୀଗୁଡିକ ସହ ସସ୍ପେନ୍ସ,ଥ୍ରିଲର,ଆକ୍ସନ ଏବଂରୋମାନ୍ସ ଦେଖିବାକୁ ପସନ୍ଦ କରୁଛନ୍ତି । ଏବେ ଭାରତୀୟ ଦର୍ଶକମାନେ ମଧ୍ୟ କୋରିଆନ ଡ୍ରାମା ପ୍ରତି ବେଶ୍ ଆକର୍ଷିତ ହେଉଥିବା ଜଣାପଡିଛି । ତେବେ ଏହି ଡ୍ରାମାକୁ ନେଇ ବର୍ତ୍ତମାନ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । କୋରିଆନ ଡ୍ରାମା ଦେଖିବାରୁ ୨ ଜଣ ଛାତ୍ରଙ୍କୁ ସର୍ବସମ୍ମୁଖରେ ନିର୍ମମ ଭାବେ ହତ୍ୟା କରାଯାଇଛି ।

ଉତ୍ତର କୋରିଆରେ କିମ ଜଙ୍ଗ ଉନ ଚଳାଇଥିବା ଏକଛତ୍ରବାଦୀ ଶାସନର ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଦକ୍ଷିଣ କୋରିଆନ ଓ ଆମେରିକାନ ଫିଲ୍ମ ଦେଖୁଥିବା ଦୁଇ ଜଣ ସ୍କୁଲ ଛାତ୍ରଙ୍କୁ ଉତ୍ତର କୋରିଆ ସରକାର ସର୍ବସମ୍ମୁଖରେ ମୃତ୍ୟୁଦଣ୍ଡ ଦେଇଛନ୍ତି। ସୂଚନା ଅନୁଯାୟୀ ଦକ୍ଷିଣ କୋରିଆର ଡ୍ରାମା କିମ୍ବା ଆମେରିକାନ ଫିଲ୍ମକୁ ଉତ୍ତର କୋରିଆରୁ ମମ୍ପୂର୍ଣ୍ଣଭାବେ ବ୍ୟାନ କରାଯାଇଛି । ଏହାର ପ୍ରଚାରକୁ ମଧ୍ୟ ବନ୍ଦ କରାଯାଇଛି । ଦକ୍ଷିଣ କରିଆର ଡ୍ରାମା ଦେଖିବାକୁ ଉତ୍ତର କୋରିଆରେ ଏକ ବଡ ଅପରାଧ ଭାବେ ଧରାଯାଏ ।

Advertisement

ତେଣୁ କୋରିଆରନ ସିନେମା ଦେଖିଥିବା ଜଣେ ୧୬ ବର୍ଷ ଓ ଜଣେ ୧୭ ବର୍ଷର ଛାତ୍ରଙ୍କୁ ସମସ୍ତଙ୍କ ଉପସ୍ଥିତିରେ ଗୁଳି କରି ହତ୍ୟା କରାଯାଇଛି। ଉତ୍ତର କୋରିଆର ରାୟାନଗାଙ୍ଗ ପ୍ରଦେଶରେ ଥିବା ଗୋଟିଏ ସ୍କୁଲରେ ଦୁଇ ଛାତ୍ର ଅକ୍ଟୋବର ମାସରେ ପରସ୍ପରକୁ ଭେଟିଥିଲେ। ଏହାପରେ ସେମାନେ ଏକାଠି ଏକାଧିକ କୋରିଆନ ଓ ଆମେରିକାନ ଡ୍ରାମା ଶୋ’ ଏବଂ ଫିଲ୍ମ ଦେଖିଥିଲେ।

ଏକଥା ପ୍ରଶାସନ ଜାଣିବା ପରେ ଉଭୟଙ୍କୁ ହାୟେସନରେ ଥିବା ଏୟାରଫିଲ୍ଡକୁ ନିଆଯାଇଥିଲା। ସେଠାରେ ପୂର୍ବରୁ ଲୋକମାନଙ୍କୁ ଆସିବାକୁ କୁହାଯାଇଥିଲା। ଲୋକମାନଙ୍କ ଉପସ୍ଥିତିରେ ଉଭୟଙ୍କୁ ଗୁଳି କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଲୋକମାନଙ୍କୁ ମଧ୍ୟ ଏହି ଘଟଣାକୁ ଦେଖିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଅକ୍ଟୋବର ମାସରେ ଏହି ଘଟଣା ଘଟିଥିବା ବେଳେ ଏବେ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି।
ଲୋକମାନଙ୍କ ମଧ୍ୟରେ ଦକ୍ଷିଣ କରିଆର ଡ୍ରାମା ବା ଆମେରିକାନ ଫିଲ୍ମକୁ ନେଇ ଏକ ଭୟ ସୃଷ୍ଟି କରାଇବା ପାଇଁ ସର୍ବସର୍ମୁଖରେ ଏପରି ମୃତ୍ୟୁ ଦଣ୍ଡ ଦିଆଯାଇଥିଲା ।

ତେବେ ଏହା ପ୍ରଥମ ଘଟଣା ନୁହଁ ପୂର୍ବରୁ ମଧ୍ୟ ଜଣେ ୧୫ ବର୍ଷୀୟ ପିଲାକୁ ମଧ୍ୟ ସରକାର ସମାନ ଢଙ୍ଗରେ ମୃତ୍ୟୁଦଣ୍ଡ ଦେଇଥିଲେ। ପିଲାଟି ତା’ର ସାବତ ମା’ଙ୍କୁ ହତ୍ୟା କରିଥିବାରୁ ତାକୁ ସର୍ବସମ୍ମୁଖରେ ସରକାରଙ୍କ ପକ୍ଷରୁ ଗୁଳି କରି ହତ୍ୟା କରାଯାଇଥିଲା। ତେବେ ଉତ୍ତର କୋରିଆରେ ଦକ୍ଷିଣ କୋରିଆ ଡ୍ରାମା ଦେଖିବା ଏକ ବଡ ଅପରାଧ ଭାବେ ଗଣାଯାଏ । ଯାହାର ଦଣ୍ଡ ସ୍ୱରୂପ ସର୍ବ ସମ୍ମୁଖରେ ଏପରି ନିର୍ମମ ହତ୍ୟା କରାଯାଏ । ତେବେ କଣ ନିଜ ମନୋରଞ୍ଜନ ପାଇଁ ଏକ ଡ୍ରାମା ଦେଖିବା ଉତ୍ତର କୋରିଆରେ ଏଡେ ବଡ ଅପରାଧ । ଏପର୍ଯ୍ୟନ୍ତ ମଧ୍ୟ ଉତ୍ତର କୋରିଆର ଲୋକେ ନିଜ ଇଛା ଅନୁଯାୟୀ କୌଣସି କାର୍ଯ୍ୟ କରିପାରନ୍ତି ।

Leave a Reply

Your email address will not be published. Required fields are marked *