Pratidin TV

Odisha's Digital News Platform

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଚାପିହୋଇ ଜଣେ ମୃତ

ସମ୍ବଲପୁର ; ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ୫୩ନମ୍ବର ଜାତୀୟ ରାଜପଥ ର ଚିନିମହୁଲ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକା ହୋଇଛି ।

ଏଥିରେ ଜଣେ ଚାଳକଙ୍କ ଘଟଣା ସ୍ଥଳରେ ଚାପିହୋଇ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଚାଳକ ଗୁରୁତ୍ତର ଆହତ ହୋଇଛନ୍ତି । ଭୋର ଭୋର ରୁ ଦୁର୍ଘଟଣା ଘଟିଥିବା ବେଳେ ଘଟଣା ସ୍ଥଳକୁ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତ୍ତର ଙ୍କୁ ଉଦ୍ଧାର କରି ବୁର୍ଲା ବଡ ଡାକ୍ତରଖାନା କୁ ପଠାଇଛନ୍ତି । ହେଲେ ଅନ୍ୟଜଣେ ଚାଳକ ଗାଡ଼ିରେ ଚାପି ହୋଇ ମୃତ ବରଣ କରିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଉଭୟ ଗାଡ଼ିରେ କେବଳ ଚାଳକ ଥିବାରୁ ତାଙ୍କର ପରିଚୟ ମଧ୍ୟ୍ୟ ମିଳିପାରିନାହିଁ । ଦୁର୍ଘଟଣା ଯୋଗୁଁ ରାସ୍ତା ଅବରୋଧ ହୋଇ ରହିଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ିମଟର ଅଟକି ରହିଛି । ଅନ୍ୟପଟେ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି ।

Leave a Reply

Your email address will not be published. Required fields are marked *