ବ୍ୟାଟେରୀ ଗିଳିଦେଲା ୨ ବର୍ଷର ଶିଶୁ , ଏକ୍ସ-ରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର ..
1 min readନୂଆଦିଲ୍ଲୀ : ନିକଟରେ କେରଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଥିରୁଅନନ୍ତପୁରମରେ ରହୁଥିବା ଦୁଇ ବର୍ଷର ଶିଶୁ ଘରେ ଟିଭି ଦେଖୁଥିଲେ । ଏହି ସମୟରେ ସେ ଟିଭି ରିମୋର୍ଟକୁ ଖେଳି ଖେଳି ପାଟିରେ ପୁରାଇଥିଲେ । ଏହାପରେ ଶିଶୁଟି ପାଟିରେ ରଖିଥିବା ବ୍ୟାଟେରୀକୁ ଗିଳିଦେଇଥିଲା । ଏବଂ ତାହା ଶିଶୁର ଶ୍ୱାସନଳୀରେ ଲାଗିଯାଇଥିଲା ଏହାପରେ ଘରଲୋକେ ସଙ୍ଗେ ସଙ୍ଗେ ତାକୁ ରାଜଧାନୀ ଥିରୁବନନ୍ତପୁରମର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଶିଶୁର ଅବସ୍ଥା ଗୁରୁତର ଥିଲା ।
ଯେତେବେଳେ ଡାକ୍ତରମାନେ ତାଙ୍କର ଏକ୍ସ-ରେ ଏବଂ ଅଲଟ୍ରାସାଉଣ୍ଡ କରିଥିଲେ ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପେଟରେ ବ୍ୟାଟେରୀ ଭଳି କିଛି ଦେଖାଗଲା । ଜଣାପଡିଲା ଯେ ବ୍ୟାଟେରୀ ଶ୍ୱାସ ନଳୀରେ ଅଟକି ଯାଇଛି । ଅସ୍ତ୍ରୋପଚାର ପରେ ଶିଶୁର ପେଟରୁ ବ୍ୟାଟେରୀ ବାହାର କରାଯାଇଥିଲା । ଆସ୍ତ୍ରୋପଚାର କରିଥିବା ଡାକ୍ତର କହିଛନ୍ତି, ପିଲାଟି ବର୍ତମାନ ସୁସ୍ଥ ଅଛି । ପିଲାଟି ଖେଳିବା ସମୟରେ ଟିଭି ରିମୋଟରେ ବ୍ୟବହୃତ ପାଂଚ ସେଂଟିମିଟର ଲମ୍ବ ଏବଂ ଦେଢ ସେଂଟିମିଟର ଚଉଡା ବ୍ୟାଟେରୀ ଗିଳି ଦେଇଥିଲା । ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା ।
ଅଭିଭାବକମାନେ ଟିଭି ରିମୋଟ ଖୋଲା ପଡ଼ିଥିବାର ଏବଂ ବ୍ୟାଟେରୀ ନିଖୋଜ ଥିବା ଦେଖିବାକୁ ପାଇଲେ । କ’ଣ ହେଲା ବୁଝିବାକୁ ସେମାନଙ୍କୁ ଅଧିକ ସମୟ ଲାଗିଲା ନାହିଁ । ଏନେଇ ନିମସ୍ର ଗ୍ୟାସଟ୍ରୋଏନଟ୍ରୋଲୋଜିଷ୍ଟ ଡାକ୍ତର କହିଛନ୍ତି, ଯେ ଯେତେବେଳେ ଶିଶୁକୁ ଏଠାକୁ ଅଣାଗଲା ଆମେ ଜାଣିବା ପରେ ସଙ୍ଗେ ସଙ୍ଗେ ଅପରେସନ୍ ଥିଏଟରକୁ ନେଇ ପିଲାକୁ ଆନାସ୍ଥେସିଆ ଦେଇଥିଲୁ । ପ୍ରାୟ ୨୦ ମିନିଟରେ ତାଙ୍କ ପେଟରୁ ବ୍ୟାଟେରୀ ବାହାର କରାଯାଇଥିଲା । ଯଦି ସମୟ ମଧ୍ୟରେ ସାମାନ୍ୟ ବିଳମ୍ବ ହୋଇଥାନ୍ତା, ତେବେ ଏହା ବହୁତ କଷ୍ଟସାଧ୍ୟ ହୋଇଥାନ୍ତା ।