Pratidin TV

Odisha's Digital News Platform

ବିସ୍ମୟ ବାଳକ ସାଇ ଶିବାନ୍ସ , ମାତ୍ର ଦୁଇ ବର୍ଷ ବୟସରେ କଲେ ଇଣ୍ଡିଆ ବୁକ ଅଫ ରେକର୍ଡ..

1 min read

ବିସ୍ମୟ ବାଳକ ଶିବାନ୍ସ , ଯିଏ ନିଜ ପ୍ରତିଭା ଦ୍ବାରା କରିଛନ୍ତି ସମସ୍ତଙ୍କୁ ଚକିତ  । ଆଜି ତାଙ୍କର ପ୍ରତିଭା ଦ୍ୱାରା ସେ ହାସଲ କରିଛନ୍ତି ଇଣ୍ଡିଆ ବୁକ୍ ଅପ ରେକର୍ଡରେ ସ୍ଥାନ ପାଇଛନ୍ତି ।  ବୟସ ମାତ୍ର ଠିକ୍ ସେ କଥା କହି ପାରୁନଥିଲେବି ଖନେଇ ଖନେଇ ଅନେକ କଥା କହିପାରୁଛନ୍ତି। ଅଳ୍ପ ବୟସରେ ଇଣ୍ଡିଆ ବୁକ୍ ଅପ ରେକର୍ଡରେ ସ୍ଥାନ ପାଇଛନ୍ତି । ଏ ହେଉଛନ୍ତି  ଭୁବନେଶ୍ୱର ଗାଡକଣର ଷୌମେନ୍ଦ୍ର ଦାସ ଓ ପ୍ରିୟଙ୍କା ରାଉତଙ୍କ  ପୁଅ  ଶିବାନ୍ସ ଦାସ।  ବୟସ   ମାତ୍ର ୨ ବର୍ଷ  ୪ ମାସ । ସଠିକ୍ ଭାବରେ ପଢ଼ି ପାରୁନଥିଲେ ବି ଚିତ୍ର ଦେଖି ଓଡ଼ିଆ ଓ ଇଂରାଜୀରେ ସଠିକ୍ ଶବ୍ଦ କହିପାରୁଛନ୍ତି। ବିଭିନ୍ନ ପରିବା, ପଶୁ ପକ୍ଷୀ ,ଫଳ, ଫୁଲ ,  ମଣିଷ ଶରୀର ଅଙ୍ଗ ପ୍ରତ୍ୟଙ୍ଗ ଚିତ୍ର ଙ୍କୁ ମନେରଖି  ଅନର୍ଗଳ କହିପାରୁଛନ୍ତି।

ସେ ପଶୁ ପକ୍ଷୀ ହେଉ ବା  ମଣିଷର ଅଙ୍ଗ ପ୍ରତ୍ୟଙ୍ଗ ନିର୍ଭୁଲ ଭାବରେ ଓଡ଼ିଆ ଓ  ଇଂରାଜୀ ରେ ନାମ କହିପରୁଚି । ପରିବାର ଲୋକଙ୍କ କହିବା କଥା ଟିଭି ଦେଖି କିଛି କିଛି ଶବ୍ଦ କମ ସମୟରେ ମନେ ରଖିପାରିଛି ପୁଅ ।  ଜାଣିବାର ଇଚ୍ଛା ଶକ୍ତି ଥିବାରୁ ଶିବାନ୍ସ କୁ ଚିତ୍ର ଦେଖେଇ ଅନେକ ଜିନିଷ ଜାଣିବା ପାଇଁ ଶିଖେଇଥିଲୁ। ଶିଖିବା ପରେ ଅନଲାଇନ୍ ରେ  ଇଣ୍ଡିଆ ବୁକ୍ ଅପ ରେକର୍ଡରେ  ଅବେଦନ କରିଥିଲେ । ଆବେଦନ କରିବାର ୫ ମାସ ପରେ  ଅଳ୍ପ ସମୟରେ ୨୦ଟି ପଶୁ ପକ୍ଷୀ, ଫଳ ,ଫୁଲ,  ମଣିଷ ଶରୀର ଅଙ୍ଗ ପ୍ରତ୍ୟଙ୍ଗ  ଭିଡିଓ କରି  ସଂପୃକ୍ତ ସଂସ୍ଥାକୁ   ଦେବାପାଇଁ କହିଥିଲେ । ନିର୍ଦ୍ଧାରିତ ସମୟ ପୁର୍ବରୁ ଶିବାନ୍ସ ଶେଷ କରିଦେଇଥିଲା ସବୁ କିଛି । ପରେ ସଂପୃକ୍ତ ସଂସ୍ଥା ପୂର୍ବାରୁ ଶିବାନ୍ସ ପାଖକୁ ମେଡାଲ,  ସାର୍ଟିଫିକଟ ଆସିଥିଲା । ବିସ୍ମୟ ବାଳକ ଶିବାନ୍ସ  କେବଳ ପଶୁ ପକ୍ଷୀ ନୁହେଁ ଅନେକ ଦେଶର ନାମ, ଜାତୀୟ ପଶୁ ପକ୍ଷୀ ଦେଶ ବିଦେଶ ର କଥା ମନେ ରଖିଛି । ଦୁନିଆ କୁ ଠିକ୍ ସେ ବୁଝିବା ଆଗରୁ ଛୋଟ ମୁଣ୍ଡରେ ଅନେକ କଥା ଜାଣିବାର ଇଚ୍ଛା,  କୁନି ପୁଅ କୁ ଇଣ୍ଡିଆ ବୁକ୍ ଅପ ରେକର୍ଡରେ ସ୍ଥାନ ପାଇଛି ।

Advertisement

ସତରେ ଶିଖିବା ଇଚ୍ଛା ଆଗରେ କୌଣଷି ବୟସର ସୀମା ନଥାଏ। ୨ ବର୍ଷ ର ପ୍ରତିଭା ଆଗରେ ପାରିବାର ଆଜି ବେଶ ନିଜକୁ ଗର୍ବ ଅନୁଭବ କରୁଛନ୍ତି। ,ଶିବାନ୍ସ  ସଫଳତା ପରେ ପରିବାର ବନ୍ଧୁ ପରିଜନଙ୍କ ଠାରୁ ଛୁଟୁଛି ଶୁଭେଚ୍ଛା ର ସୁଅ।

Leave a Reply

Your email address will not be published. Required fields are marked *