Pratidin TV

Odisha's Digital News Platform

କାନ୍ଥ ପଡ଼ି ଅଢେଇ ବର୍ଷର ଶିଶୁପୁତ୍ର ମୃତ। ଗୁରୁତର ବାପା ମା’ …

1 min read

ଭଞ୍ଜନଗର ; ଗଞ୍ଜାମ ଭଞ୍ଜନଗର ଥାନା ବାଇବାଲି ଗ୍ରାମ ନିକଟ ତୋଟା ସାହିରେ ଅଭାବନୀୟ ଘଟଣା।ଘରେ ଶୋଇଥିବା ସମୟରେ ମାଟିକାନ୍ଥ ଉପରେ ପଡିଯିବାରୁ ଅଢେଇ ବର୍ଷର ଶିଶୁ ପୁତ୍ର ର ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣକ ହେଉଛନ୍ତି ବସନ୍ତ ପ୍ରଧାନଙ୍କ ପୁଅ ରିଷି ପ୍ରଧାନ।ବାପା ଓ ମା ଉଭୟ ଗୁରୁତର ହୋଇ ଭଞ୍ଜନଗର ମେଡ଼ିକାଲରେ ଭର୍ତି ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ରାତି ତମାମ ଅତି ପ୍ରବଳ ବର୍ଷା ହେବାରୁ ମାଟି କାନ୍ଥଟି ବତୁରି ଯିବା ଦ୍ୱାରା ଭୁଶୁଡି ପଡିଛି। ମା ବାପା ଓ ଶିଶୁ ଏକାଠି ଶୋଇଥିବା ବେଳେ ଘଟିଥିଲା ଅଘଟଣ। ପରିବାର ଲୋକେ ଉଦ୍ଧାର କରି ସମସ୍ତଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁ ପୁତ୍ରକୁ ମୃତକୁ ଘୋଷଣା କରିଥିବା ବେଳେ ବାପା ଓ ମା ର ଚିକିତ୍ସା ଚାଲିଛି।

Advertisement

ପୂର୍ବରୁ ହାତୀ ପଲ୍ଲ ଆସି ଘର ଭାଙ୍ଗି ଦେଇଥିଲେ। ବନ ବିଭାଗ ଓ ପ୍ରଶାସନ କୁ ଜଣାଇଥିଲେ ମଧ୍ୟ ଜରିପାଲ କି କ୍ଷତି ପୂରଣ କିଛି ମିଳିନଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *