Pratidin TV

Odisha's Digital News Platform

କୂଅରେ ପଡି ଚାଲିଗଲା ୨ ବର୍ଷ ଶିଶୁର ଜୀବନ ।

ନରସିଂହପୁର ; ନରସିଂହପୁର ବ୍ଲକରେ ଘଟିଛି ଅଶ୍ରୁପୂର୍ଣ୍ଣ ଅଘଟଣ । ଦେଖୁ ଦେଖୁ ଚାଲିଗଲା ଛୋଟ ଛୁଆର ଜୀବନ ।ଏମିତି ଏକ ଅଘଟଣ ଦେଖିବାକୁ ମିଳିଛି ନରସିଂହପୁର ବ୍ଲକ ଅନ୍ତର୍ଗତ ବସନ୍ତପୁର ପଞ୍ଚାୟତର ମହିଗଡ ଗ୍ରାମରେ ଆଜି ଅପରାହ୍ନ ୪ ଘଣ୍ଟିକା ସମୟରୁ ଘରେ ଖେଳୁଥିବା ସମୟରେ ନିଖୋଜ ଥିଲେ ।

ଶିଶୁଟି ହେଉଛି ମହିଗଡ ଗ୍ରାମର ବାପି ବେହେରାଙ୍କ ଗୋଟିଏ ପୁଅ ରାମକ୍ରିଷ୍ଣା ବେହେରା ,ବୟସ ମାତ୍ର ୨ ବର୍ଷ । ସନ୍ଧ୍ୟା ୭ ବାଜିଥିଲେ ମଧ୍ୟ ଘରେ ବହୁ ଖୋଜାଖୋଜ କରିଥିଲେ ନିରୀହ ଛୁଆଟିକୁ ପାଇନଥିଲେ । ମନରେ ସନ୍ଦେହ ସୃଷ୍ଟି ହେବାରୁ ପରିବାର ଲୋକ ବାରିପଟେ ଖୋଜାଖୋଜି କରିବାରୁ ଘର ପଛ ପଟରେ ଥିବା କୂଅରେ ନିରୀହ ଶିଶୁଟି ପଡ଼ିଛି । ସଙ୍ଗେ ସଙ୍ଗେ ନିରୀହ ଶିଶୁଟିକୁ ସ୍ଥାନୀୟ ଗ୍ରାମବାସୀ ଓ ପରିବାର ଲୋକଙ୍କ ଦ୍ବାରା କୂଅରୁ ଶିଶୁ ଟିକୁ ଉଦ୍ଧାର କରାଯାଇଥିଲା ।

ଏହାପରେ ଯୋଡୁମ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେଠୁ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ।ସେଠାରେ ଡାକ୍ତର ତାଙ୍କୁ ସେହି ନିରୀହ ଶିଶୁଟିକୁ ମୃତ୍ୟୁ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *